ଏନ୍‌ଏସ୍‌ଏସ୍‌ ପୁରସ୍କାର ଚୟନ ପାଇଁ ବିଶେଷଜ୍ଞ କମିଟି

ଭୁବନେଶ୍ବର : ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଏନ୍‌ଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ଦିନ ଏକ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦେଶକ, ଓୟୁଏଟି ଏନ୍‌ଏସ୍‌ଏସ୍‌ ଇଟିଆଇ ସଂଯୋଜକ, ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ସଂଯୋଜକ(ଏନ୍‌ଏସ୍‌ଏସ୍‌) ବ୍ରଜ ନାରାୟଣ ପାତ୍ର, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ଜାହାନାରା ବେଗମ୍‌, ସଲାମ୍‌ ଜୀବନର ସଭାପତି ଅନୁଜ କୁମାର ଦାଶ ସଦସ୍ୟ ରହିଛନ୍ତି।

ବିଭାଗୀୟ ଉପ ସଚିବ ତଥା ରାଜ୍ୟ ନୋଡାଲ ଅଫିସର ରମେଶ ଚନ୍ଦ୍ର ବେହେରା କମିଟିର ସଦସ୍ୟ ସଚିବ ଅଛନ୍ତି। ଆସନ୍ତା ୨୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ବିଶେଷଜ୍ଞ କମିଟିର ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ଉକ୍ତ ଦୁଇ ବର୍ଷ ଲାଗି ଏନ୍‌ଏସ୍‌ଏସ୍‌ ପୁରସ୍କାର ଚୟନ ନେଇ ଆଲୋଚନା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର