କୁଲଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ; ବନ୍ଧୁକ, ମୃତ ଝିଙ୍କ ସହ ବାରୁଦ ଜବତ

ନୀଳଗିରି:କୁଲଡ଼ିହା ଅଭୟାରଣ୍ୟର ଧୋବଧୋବଣୀ ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ହେଲା ସିଆଡ଼ିମାଳ ପଞ୍ଚାୟତ ଭୂତଶିମୁଳି ଗ୍ରାମର ମଙ୍ଗଳୁ ସିଂ (୩୫)। ତା’ ପାଖରୁ ଗୋଟିଏ ଦେଶୀ ବନ୍ଧୁକ,ଏକ ମୃତ ଝିଙ୍କ, ଗୋଟିଏ ହେଡ୍‌ ଲାଇଟ୍‌, ୪୨ ଗ୍ରାମ୍‌ ବାରୁଦ,୨୧ଟି ଏଲଇଡି ବଲ୍‌ବ, ୨୦ଟି ଲାଇଭ୍‌ ଷ୍ଟିକ୍‌ ଓ ଅପୋ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭୟାରଣ୍ୟରେ ଅଖଣ୍ଡ ଶିକାର ରୋକିବା ଉଦ୍ଦେଶ୍ୟରେ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଓ ବନ ବିଭାଗ ଟିମ୍‌ ପାଟ୍ରୋଲିଂ କରିବା ସମୟରେ ଅଭିଯୁକ୍ତ ମଙ୍ଗଳୁ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର