କଳାହାଣ୍ଡି ଜିଲ୍ଲାର ୫୧୬ ଗାଁରେ ମୋବାଇଲ ଟାୱାର ବସିବ, ଭର୍ଚୁଆଲ ମୋଡ଼ରେ କେନ୍ଦ୍ରମନ୍ତ୍ରୀ ଘୋଷଣା କଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୫୧୬ଟି ଗାଁରେ ମୋବାଇଲ ଟାୱାର ବସିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ସନ୍ଧ୍ୟାରେ ଏକ ଭର୍ଚୁଆଲ ମୋଡ଼ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି। ସନ୍ଧ୍ୟାରେ ଭବାନୀପାଟଣା ଟେଲିକମ କାର୍ଯ୍ୟଳୟଠାରେ ଏହି ଉପଲକ୍ଷେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍‌ଲାଇନରେ ଯୋଡ଼ି ହୋଇଥିଲେ।

ଜିଲ୍ଲାର ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରର ବହୁ ଦୁର୍ଗମ ଅଞ୍ଚଳକୁ ମୋବାଇଲ ସେବା ନଥିବା ଯୋଗୁଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିପାରୁ ନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅନ୍‌ଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଆଜି ଜିଲ୍ଲା ଟେଲିକମ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟେଲିକମ ଟିଡିଏମ୍‌ ସିଦ୍ଧାର୍ଥ ଶଙ୍କର ରାୟ, ଏଜିଏମ୍‌ ବିପିନ ବିହାରୀ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଗଜାନନ ପ୍ରଧାନ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ଭାରତ ଭୂଷଣ ଦେଓ, ରମେଶ ମାଝୀ, ପ୍ରମୋଦ ଜୈନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ସାହୁ, ଜାତୀୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଭଣ୍ଡେଶ୍ବର ମହାପାତ୍ର, ଜୟଶଙ୍କର ନାୟକ, ବିନିତା ଦାସ ସମେତ ବହୁ ବିଜେପି ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର