ସଂରକ୍ଷଣ ପାଇଁ ବିଜେପି ଓବିସି ମୋର୍ଚ୍ଚାର ଦାବିପତ୍ର

କୋକସରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇ ନଥିବାରୁ ଅସନ୍ତୋ‌ଷ ପ୍ରକାଶ କରିଛି ବିଜେପି ଓବିସି ମୋର୍ଚ୍ଚା। ଏନେଇ ଗୁରୁବାର କୋକସରା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି।

କୋକସରା ମଣ୍ଡଳ ସଭାପତି ତ୍ରିନାଥ ବାଗଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର, ନୀଳକଣ୍ଠ ମାଝୀ, ସ୍ବୟଂବର ବାଗ, ବଂଶୀଧର ନାଗ, ବସନ୍ତ ନାଗ, ଦୈତାରି ବାରିକ, ଦେବେନ୍ଦ୍ର ଘି, ବିନୋଦ ନାଏକ, ଗଣପତି ହଂସ, ଭଜମନ ନାଏକ ପ୍ରମୁଖ କୋକସରା ବିଡିଓ ମନୀଷା ଦାସଙ୍କୁ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଓବିସି ବର୍ଗ ସଂରକ୍ଷଣ ଉପରେ ସରକାର ସଂଶୋଧନ ନକଲେ ଆଗକୁ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓବିସି ମୋର୍ଚ୍ଚା।

ସମ୍ବନ୍ଧିତ ଖବର