ଭୁଜାଲିରେ ହାଣି ହତ୍ୟା କରିଥିଲା, ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ ମିଳିଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ମିର୍ଜାପୁର ଗ୍ରାମର ଅରୁଣ ମହାରଣା ଓରଫ ବାଙ୍ଗୁଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ୍ୟ କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ ଆଜୀବନ ଜେଲ ସହ ୫୦୦୦ ଟଙ୍କା ଜରିମାନ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ୨୦୧୮ ମେ’ ୨୬ ତାରିଖରେ ମିର୍ଜାପୁର ଗ୍ରାମର ଅର୍ଜୁନ ପରିଡ଼ାଙ୍କ ପୁତ୍ର ଅଜୟ ଏକ ବାଇକ୍‌ରେ ନିଜ ଘରୁ ଧାମନଗର ଯାଉଥିବା ବେଳେ ତାଳପଦା କୁମାରପଡା ଗେଟ ନିକଟରେ ଅଭିଯୁକ୍ତ ଅରୁଣ ନିଜ ଅଟୋ ଚଲାଇ ବିପରୀତ ଦିଗରୁ ଆସୁଥିଲା। ସେଠାରେ ଅଜୟକୁ ଧକ୍କା ଦେଇଥିଲା ଓ ସେ ତଳେ ପଡିଯିବା ପରେ ତାକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରି ଥିଲା। ଏହି ଘଟଣା ବେଳେ ସେହି ଗ୍ରାମର ରବୀନ୍ଦ୍ର ଜେନା ଓ ବିଶ୍ୱମ୍ବର ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ଘଟଣା ଦେଖିଥିଲେ। ଅଜୟ ସେହି ଠାରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ତା ବାପା ଅରୁଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ଧାମନଗର ମେଡିକାଲ, ପରେ ସେଠାରୁ ଭଦ୍ରକ ଓ ଅବସ୍ଥା ଗୁରୁତ୍ତର ଥିବାରୁ କଟକ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ପଠେଇ ଦେଇଥିଲେ। ରାସ୍ତାରେ ଅଜୟ ନିଜ ପିତାଙ୍କୁ ଘଟଣା ସମ୍ପର୍କରେ ସମସ୍ତ କଥା କହିଥିଲା। କଟକରେ ପହଂଚିବାର ୨ ଘଣ୍ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲା।

ଅଜୟଙ୍କ ମୃତ୍ୟୁ ପରେ ଅରୁଣ ମହାରଣା ବିରୁଦ୍ଧରେ ଅର୍ଜୁନ ପରିଡା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧାମନଗର ଥାନା ଏକ ମାମଲା ରୁଜୁ କରିଥିଲେ। ପୁଲିସ ଅଭିଯୁକ୍ତ ଅରୁଣକୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା। ସେହି ଦିନ ଠାରୁ ସେ ବିଚାରଧୀନ ବନ୍ଦୀ ଭାବେ ଜେଲରେ ଅଟକ ଥିଲା। ଏହି ଘଟଣାର ଏସ ଟି କେସ ନମ୍ବର -୧୯୫/୨୦୧୮ ମୂଳେ ମାମଲା ବିଚାରାଧୀନ ଥିଲା। ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶ କରି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ
ତରଫରୁ ଅତିରିକ୍ତ ସରକାରୀ ଓକିଲ ସୂର୍ଯ୍ୟକାନ୍ତ କୁଅଁର ଓ ଅରୁଣ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର