ଗରିବ ପରିବାରକୁ ସହାୟ ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱରରୁ ମୃତଦେହ ଯାଇ ଜନ୍ମମାଟି ମୟୂରଭଂଜରେ ପହଞ୍ଚିଲା

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ତୋଟାପଡ଼ା ଅଞ୍ଚଳର ୫୭ ବର୍ଷିୟ ରଞ୍ଜିତ ଧର ମହାପାତ୍ର, କିଡ୍‌ନି ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୁର୍ଭାଗ୍ୟବଶତଃ, ବୁଧବାର ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ପରିବାରବର୍ଗ ଘରର ମୁରବୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ସ୍ଥାନାନ୍ତର କରିବା ପାଇଁ ଅସହାୟ ହୋଇପଡ଼ିଥିଲେ। ଆଉ ଘଟଣା ସମ୍ପର୍କରେ ଏକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେଇଥିଲେ।

ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ମୃତଦେହ ସ୍ଥାନାନ୍ତର ନିମନ୍ତେ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା। ଏହି ସମୟରେ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ହେଲ୍‌ପ ଡ଼େସ୍କ ସହଯୋଗୀ ଆଲୋକ ଓ ଜ୍ୟୋତି ଉପସ୍ଥିତ ରହି ପରିବାରବର୍ଗଙ୍କୁ ଶାନ୍ତ୍ଵନା ଦେବା ସହିତ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ। ଆବଶ୍ୟକ ସମୟରେ ସହାୟତାର ହାତ ବଢ଼ାଇଥିବାରୁ ପରିବାରବର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର