କୋଭିଡ୍‌ ହସ୍ପିଟାଲରେ ଆଉ ଜଣେ ମୃତ

ବୁର୍ଲା: ଆଜି ନୂତନ କୋଭିଡ୍ ଆକ୍ରାନ୍ତ ଭିମ୍‌ସାର୍‌ର ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇନଥିବା ବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପ୍ରଥମ କୋଭିଡ୍ ହସ୍ପିଟାଲ୍‌ର ଭାରପ୍ରାପ୍ତ ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି କିଡ୍‌ନ ରୋଗରେ ଆକ୍ରାନ୍ତ ହୋଇ ବହିର୍ବିଭାଗରେ ଡାକ୍ତରଙ୍କ ପରାମର୍ଶ ପରେ ବିଭାଗରେ ଭର୍ତ୍ତି ପୂର୍ବରୁ ତାଙ୍କର କୋଭିଡ୍ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ନାଏକ ସୂଚନା ଦେଇଥିବା ବେଳେ ଭର୍ତ୍ତି ଥିବା ଅନ୍ୟ ୭ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଗତ ୨୬ ତାରିଖରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର ହୋଇଥିବା ୮୦ ବର୍ଷ ବୟସ୍କ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିଲା। ଆଜିର ମୃତ୍ୟୁକୁ ମିଶାଇ ବୁର୍ଲା ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଲା।

ସମ୍ବନ୍ଧିତ ଖବର