ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: କଲେଜ କର୍ମଚାରୀଙ୍କ ତଥ୍ୟ ମାଗିଲା ପରିଷଦ

ଭୁବନେଶ୍ବର : ମେ’ ୧୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ହୋଇଛି। ଫର୍ମ ପୂରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ପରୀକ୍ଷା କେନ୍ଦ୍ର ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ କେତେ ସଂଖ୍ୟକ କର୍ମଚାରୀ ରହିଛନ୍ତି, ସେ ସମ୍ପର୍କିତ ତଥ୍ୟ ପଠାଇବାକୁ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ନିୟନ୍ତ୍ରକ ଲେଖିଥିବା ଚିଠିରେ କହିଛନ୍ତି ଯେ ଆସନ୍ତା ୧୮ ତାରିଖ ସୁଦ୍ଧା କର୍ମଚାରୀଙ୍କ ତଥ୍ୟ ସାମ୍‌ସ ଇ-ସ୍ପେସ୍‌ର ଷ୍ଟାଫ୍‌-ଇନ୍‌-ପୋଜିସନ୍‌ ଲିଙ୍କ୍‌ରେ ଅପଡେଟ୍‌ କରନ୍ତୁ। ଯେଉଁମାନେ ଗତବର୍ଷ ତଥ୍ୟ ଦେଇ ନଥିଲେ ସେମାନେ ମଧ୍ୟ ଉପଯୁକ୍ତ ଫର୍ମାଟ୍‌ରେ ଦେବେ। ଚୁକ୍ତିଭିତ୍ତିକ ତଥା ଅତିଥି ଅଧ୍ୟାପକଙ୍କ ବ୍ୟତୀତ ଅନ୍ୟମାନଙ୍କ ସମସ୍ତ ତଥ୍ୟ ଦେବେ। ତଥ୍ୟ ଦାଖଲ ନ କଲେ କଲେଜଗୁଡ଼ିକୁ ସେମାନଙ୍କ ପିଲାଙ୍କ ଆଡମିଟ୍‌ କାର୍ଡ ପଠାଯିବ ନାହିଁ। ଯଦି କୌଣସି କଲେଜ ନିର୍ଦ୍ଧାରିତ ସମୟ ସୁଦ୍ଧା ତଥ୍ୟ ନ ପଠାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ। ସେହିପରି ଧନ୍ଦାମୂଳକ ବିଭାଗ ଥିଓରି ପରୀକ୍ଷାରେ କିଛିଟା ପରିବର୍ତ୍ତନ କରାଯାଇଥିବା ନେଇ ଆଜି ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର