ବେଆଇନ ଲୋନ୍ ଆପ୍‌ରେ ଠକେଇ ଘଟଣା: ମୁଖ୍ୟ ଅଭିଯୁକ୍ତ ନୀତିନ ସମେତ ୩ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୁଲିସ

ଭୁବନେଶ୍ବର : ଲୋନ୍ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଠକେଇ କରିବା ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ମୁମ୍ବାଇ ପୁଲିସ ରିମାଣ୍ଡରେ ନେଇଛି। ମୁମ୍ବାଇ ସାଇବର ସେଲ୍‌ରେ ରୁଜୁ ହୋଇଥିବା ମାମଲା ଅନୁସାରେ, ଏହି ଲୋନ୍ ଆପ୍ ରାକେଟ୍‌ର ମୁଖ୍ୟ କାର୍ପଟଦାର ନୀତିନ ମଲିକ ବିରୋଧରେ ଵାରେଣ୍ଟ୍ ଜାରି ହୋଇଥିଲା। ମୁମ୍ବାଇର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ ଜାରି କରିଥିବା ଵାରେଣ୍ଟ୍ ଅନୁସାରେ ମୁମ୍ବାଇ ସାଇବର୍‌ ପୁଲିସ ନୀତିନ ସମେତ କର୍ଣ୍ଣାଟକ ଉଡ଼ୁପିର ରକ୍‌ସିତ୍ ଓ ସୁଶାନ୍ତକୁ ମଧ୍ୟ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବା ଇଓଡବ୍ଲୁ ସୂଚନା ଦେଇଛି।

ଅପରପକ୍ଷେ ଗତ ୧୩ ଜୁଲାଇରେ ଇଓଡବ୍ଲୁ ଗୁଡଷ୍ଟାର୍ଟ ବିଜିନେସ୍‌ର ନିର୍ଦ୍ଦେଶକ ନୀତିନକୁ ନୂଆଦିଲ୍ଲୀରୁ ଗିରଫ କରିଥିବା ବେଳେ ରକ୍‌ସିତ୍ ଓ ସୁଶାନ୍ତକୁ ଜୁନ୍ ୧୦ରେ ଗିରଫ କରିଥିଲା। ୩ ଅଭିଯୁକ୍ତ ଏକାଧିକ କଲ୍ ସେଣ୍ଟର୍ ଓ ଆପ୍ ଜରିଆରେ ଲୋନ୍ ନେଉଥିବା ଲୋକଙ୍କୁ ଫୋନ୍ କରି ଧମକ ଦେଉଥିଲା। ସେମାନଙ୍କ ଫଟୋକୁ ଅଶ୍ଳୀଳ ଫଟୋ ସହ ଯୋଡ଼ି ମାନସିକ ନିର୍ଯାତନା ଦେଉଥିଲେ। ଟଙ୍କା ଆଦାୟ କରିବା ପାଇଁ ଚାଇନା ଠକଙ୍କ ନିର୍ଦ୍ଦେଶ‌ରେ ଏହି ରୢାକେଟ୍‌ ଚାଲୁଥିବା ଅଭିଯୁକ୍ତମାନେ ଇଓଡବ୍ଲୁ ପାଖରେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର