ସେଲ୍‌ଫି ବେବୋ ସିମରନ୍‌ ମୃତ୍ୟୁ ମାମଲା : ଗିରଫ ଯୁଗ ସୁନାଙ୍କୁ କୋର୍ଟଚାଲାଣ

ଝାରସୁଗୁଡ଼ା :ଆଲବମ୍‌ ଅଭିନେତ୍ରୀ ସିମରନଙ୍କ ରହସ୍ୟଜନକ ମୃତ୍ୟୁ ପରେ ପୁଲିସ ପକ୍ଷରୁ ଛାନ୍‌ଭିନ୍‌ ଚାଲିଛି। ତେବେ, ସିମରନଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ଶନିବାର ଝାରସୁଗୁଡ଼ା ପୁଲିସ ପ୍ରେମିକ ଯୁଗ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବାକୁ ସିମରନଙ୍କ ମା’ ଦାବି କରିଛନ୍ତି।

ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳ କହିଛନ୍ତି ଯେ, ଗତ ଏପ୍ରିଲ ମାସରେ କେସ ନମ୍ବର ୫୬/୧୮ରେ ସିମରନଙ୍କୁ ଯୁଗ ଅପହରଣ କରି ନେଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଝାରସୁଗୁଡ଼ା ପୁଲିସର ଏକ ଟିମ୍‌ ଏସ୍‌ଆଇ ଝସକେତନ ଧଳ, ଏଏସ୍‌ଆଇ ହୀରାଧର ବେହେରା ଓ ଦୁଇ ଜଣ କନ୍‌ଷ୍ଟେବଳ ବଲାଙ୍ଗୀର ଜିଲ୍ଲା ବେଲପଡ଼ାରୁ ଯୁଗକୁ ଗିରଫ କରି ଆଣିଥିଲେ। ଯୁଗଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୬୬, ୩୭୬ ଦାୟାର କରାଯାଇଛି। ଏହା ବ୍ୟତୀତ ସିମରନ୍ ନାବାଳିକା ଥିବାରୁ ପକ୍‌ସୋର ଧାରା ୩ରେ ମଧ୍ୟ ଏକ ମାମଲା ରୁଜୁ କରଯାଇଛି। ସିମରନ୍‌ଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ଏହି ମାମଲା ନେଇ ଅଧିକ ତଦନ୍ତ ଚାଲୁଥିବା ଶ୍ରୀମତୀ ବଳ କହିଛନ୍ତି। ତେବେ ସିମରନ୍‌ଙ୍କ ମୃତ୍ୟୁ ପରେ ବୁର୍ଲା ପୁଲିସରେ ଏକ ଅପମୃତ୍ୟୁ ମାମଲା ଦାୟାର ହୋଇଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର