ଆରମ୍ଭ ହେଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା: ଭୋର ୪ଟାରେ ସରିବ ପହଣ୍ଡି, ଦିନ ୧୧ଟାରୁ ୧୨ଟା ମଧ୍ୟରେ ହାତୀବେଶ

ପୁରୀ: ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା ଆରମ୍ଭ ହୋଇଯାଇଛି। ସେବାୟତମାନେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରି ସ୍ନାନବେଦୀକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭୋର ୪ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ବିରାଜମାନ ହେବେ। ଏହା ପରେ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ। ଭୋର ୪ଟା ୪୦ରେ ମଇଲମ ଓ ୫ଟାରେ ଠାକୁରଙ୍କୁ ତଡ଼ପ ଲାଗି କରାଯିବ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ଆଜି ହାତୀ ବେଶ ହେବ।

ଏହାପରେ ଅଧର ପୋଛା, ଅବକାଶ, ରୋଷହୋମ ନୀତି ହେବ। ଦେବଶେଷ, ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ନୀତି ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନନୀତି ହେବ। ପୂର୍ବାହ୍ନ ୧୦ଟା ୩୦ରେ ସ୍ନାନବେଦୀରେ ଗଜପତିଙ୍କ ଛେରା ପହଁରା, ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହାତୀ ବେଶ ହେବ। ବାହୁଡ଼ା ପହଣ୍ଡି ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ କରାଯିବ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରଥମ ଥର ସମୟରେ ପରିବର୍ତ୍ତନ ହୋଇଛି। କରୋନା ଭାଇରସ ପାଇଁ ସ୍ନାନଯାତ୍ରାରେ ଏଭଳି ପରିବର୍ତ୍ତନ କରାଯାଇଛି। ପହଣ୍ଡି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଏଥର ଶ୍ରୀଜିଉଙ୍କ ସ୍ନାନଯାତ୍ରା ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେଉଛି। ଭକ୍ତମାନେ ମାନେ ଶ୍ରୀମନ୍ଦିର ସମ୍ମୁଖରେ ନାହାନ୍ତି। ବନଦାଣ୍ଡ ଗହଳ ଚହଳ ନାହିଁ। ଭକ୍ତଙ୍କର ହଳିବୋଳ ଶବ୍ଦ ନାହିଁ। ସେହିପରି ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ହୋଇଯାଇଛି।

 

ସମ୍ବନ୍ଧିତ ଖବର