ରଥଯାତ୍ରା ପାଇଁ ଆଜିଠାରୁ ପୁରୀକୁ ସ୍ବତନ୍ତ୍ର ‘ମୋ ବସ୍‌’

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ମଙ୍ଗଳବ‌ାରଠାରୁ ପୁରୀକୁ ସ୍ବତନ୍ତ୍ର ମୋ ବସ୍‌ ଚାଲିବ। ଭକ୍ତମାନଙ୍କୁ ସୁରକ୍ଷିତ ସେବା ପ୍ରଦାନ କରିବା ପାଇଁ ଖୋର୍ଦ୍ଧା, କାକଟପୁର, ଭୁବନେଶ୍ବର, କଟକ, ପ୍ରଭୃତି ସ୍ଥାନରୁ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ସେବା ଯୋଗାଇ ଦିଆଯିବାକୁ ଯୋଜନା ହୋଇଛି।

ପୁରୀରେ ଟ୍ରାଫିକ୍ କଟକଣା ଯୋଗୁ ରୁଟ୍ ନଂ ୫୨ରେ ପୁରୀକୁ ଓ ରୁଟ୍ ନଂ ୭ ଓ ୮ରେ ବ୍ରହ୍ମଗିରିକୁ ଚାଲୁଥିବା ସ୍ୱତନ୍ତ୍ର ‘ମୋ ବସ୍’ ସେବା ବାତିଲ ହୋଇଛି। ୨୦ରୁ ୨୧ ଓ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, କାକଟପୁର, ଜଗତପୁର, ଭୁବନେଶ୍ବର ରେଳ ଷ୍ଟେସନ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ମାଳତୀପାଟପୁର, କଟକ ବିଜୁ ପଟ୍ଟନାୟକ ପାର୍କରୁ ବସ୍‌ ପୁରୀ ତାଳବଣିଆ ପର୍ଯ୍ୟନ୍ତ ଯିବ। ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହିସବୁ ସ୍ଥାନରୁ ବସ୍‌ ପୁରୀ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବ।

ସମ୍ବନ୍ଧିତ ଖବର