ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ, ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ

କଳାହାଣ୍ଡି: କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ ହୋଇଛି । ମିଳିଥିବା ସୂଚନା ମୁତାବକ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏସଟିଏଫର ଏକ ଟିମ୍ ଚଢ଼ାଉ କରିଥିଲେ |

ଆଉ ଏହି ସମୟରେ ବାଘ ଛାଲ ନେଇ ବିକ୍ରି କରିବାକୁ ଅପେକ୍ଷା କରିଥିବା ଖଗେଶ୍ୱରକୁ ଧରିଥିଲେ | ଖଗେଶ୍ୱରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି ।

ସମ୍ବନ୍ଧିତ ଖବର