ଷ୍ଟ୍ରଙ୍ଗ୍‌ ରୁମର ସୁରକ୍ଷା ସୁନିଶ୍ଚିତ କରାଯାଉ: ବିଜେପି

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ଅନିୟମିତତା ଓ ହିଂସାକାଣ୍ଡ ଘଟିଛି। ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ଭୋଟଦାନକୁ ପ୍ରଭାବିତ କରାଯାଇଛି। ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୂଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା। କିନ୍ତୁ ତାହା ନ କରି ସାଧା କାଗଜରେ ଲିଖିତ ଦେଇଛନ୍ତି। ଯାହାର କୈାଣସି ମୂଲ୍ୟ ନାହିଁ। ତେଣୁ ଭୋଟବାକ୍ସ ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷାକୁ ନିର୍ବାଚନ କମିସନ ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର, ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ସୁଜିତ କୁମାର୍ ଦାସ, ଜୟନ୍ତ ଜେନା ଓ ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର