ବେକରେ ଓଢ଼ଣି ବାନ୍ଧି ଯୁବତୀଙ୍କ ଆତ୍ମହତ୍ୟା

ବାଲିଅନ୍ତା : ସ୍ଥାନୀୟ ବେଣୁପୁର ଗ୍ରାମରେ ଶ୍ରୁତିପ୍ରଜ୍ଞା ଛୋଟରାୟ ନାମକ ଜଣେ ଯୁବତୀ ବେକରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାରଲୋକ ତାଙ୍କୁ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ପରିବାର ଲୋକ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶ୍ରୁତିପ୍ରଜ୍ଞାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଶ୍ରୁତିପ୍ରଜ୍ଞାଙ୍କର ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକ କବାଟ ବାଡ଼େଇ ଡାକିଥିଲେ। ହେଲେ ସେ କିଛି ଉତ୍ତର ନଦେବାରୁ ଘର ଲୋକ କବାଟ ଭାଙ୍ଗି ଦେଖିବା ବେଳକୁ ସେ ଫ୍ୟାନରେ ଝୁଲୁଥିଲେ।

ସମ୍ବନ୍ଧିତ ଖବର