ବିବାହିତା ମହିଳାଙ୍କ ଆତ୍ମହତ୍ୟା

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ଘୁନଘୁଟିପାଲି ଗାଁର ହିମାଞ୍ଜଳି ସାହୁ (୨୫) ନାମ୍ନୀ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଘୁନଘୁଟିପାଲିର ହେମନ୍ତ ବାରଲେଣ୍ଡିଆ(୨୮)ଙ୍କୁ ହିମାଞ୍ଜଳି ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟେ ଅନ୍ୟ ଜାତିର ହୋଇଥିବାରୁ ପରିବାର ଲୋକେ ଘରେ ରଖିବାକୁ ବାରଣ କରିଥିଲେ। ଦୁହେଁ ବାହାର ରାଜ୍ୟକୁ ଯାଇ କିଛି ଦିନ ରହିଥିଲେ। ପରେ ପାଟଣାଗଡ଼-ଘସିଏନ ରାସ୍ତାରେ ଥିବା କୁକୁଡ଼ା ଫାର୍ମରେ ବର୍ଷେ ହେଲା ରହି କାମ କରୁଥିଲେ। ଗତ ଗ୍ରୀଷ୍ମ ସମୟରେ ଉଭ‌ୟେ ଘୁନଘୁଟିପାଲିକୁ ଆସି ଗାଁ ମୁଣ୍ଡରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ। ସେଠାରୁ କେବଳ ହେମନ୍ତ କୁକୁଡ଼ା ଫାର୍ମକୁ କାମ କରିବାକୁ ଯାଉଥିଲେ। ଶୁକ୍ରବାର ହେମନ୍ତ ଘରକୁ ଫେରିବା ସମୟରେ ହିମାଞ୍ଜଳି ପଙ୍ଖାରେ ଝୁଲୁଥିବା ଦେଖିଥିଲେ ଓ ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ ସଞ୍ଜୁକ୍ତା ପଧାନ, ଏଏସ୍‌ଆଇ ଲାବଣ୍ୟ କିଶୋର ନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର