ସୋ’ରୁମ୍‌ ଭିତରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର୍‌

ବାଲିଆପାଳ: ବାଲିଆପାଳ ବ୍ଲକ୍‌ ଛକ ନିକଟ ସ୍ବାତୀ ଇ-ଫାର୍ମ ସୋ’ରୁମ୍‌ରେ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ବିକ୍ରି ହେଉଛି। ତେବେ ସୋମବାର ଦିନ ସୋ’ରୁମ୍‌ରେ ଛିଡ଼ା ହୋ‌ଇଥିବା ଏକ ସ୍କୁଟର୍‌ ସର୍ଟସର୍କିଟ୍‌ ଯୋଗୁ ଜଳିଯାଇଥିଲା। ତେବେ ସୋ’ରୁମ୍‌ କର୍ମଚାରୀମାନେ ବହୁ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଘଟଣା ପରେ ଇଲେକ୍ଟ୍ରିକ୍‌ ଗାଡ଼ି କିଣୁଥିବା ସ୍ଥାନୀୟ ଗ୍ରହକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର