ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ (୩୧)। ସେହିଭଳି ବିହାରର ମୃତକ ହେଲେ ସୁରେଶ ରାୟ (୨୩)। ଉଭୟ ପରିବାର ଏତେ ଦୂରକୁ ମୃତଦେହ ନେବାକୁ ଆଗ୍ରହୀ ନହେବାରୁ ସତ୍ୟନଗରରେ ଅନ୍ତିମ ସଂସ୍କାର ପାଇଁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ  ଥିବା ବେଳେ ସେ ଭିତରୁ ୨୯ଟିର ଡିଏନ୍‌ଏ ରିପୋର୍ଟ ଆସିଛି। ସେ ଭିତରୁ ୧୯ଟିକୁ ତାଙ୍କ ସମ୍ପର୍କୀୟଙ୍କ ହସ୍ତାନ୍ତର ହୋଇଛି। ୨ଟି ନେବାକୁ ପରିବାର ଲୋକେ ଅନାଗ୍ରହୀ ହୋଇଥିଲେ।

ବାହାନାଗା ରେଳ ଦୁର୍ଘଟଣାରେ ପରିବାରର ସଦସ୍ୟଙ୍କୁ ହରାଇଥିବା ସଂପର୍କୀୟଙ୍କର ପ୍ରାୟ ମାସକ ପରେ ଲମ୍ବା ଅପେକ୍ଷାର ଶେଷ ହୋଇଛି। ଡିଏନଏ ର ରିପୋର୍ଟ ଆସିଲା ପରେ ମୃତକଙ୍କ ପାର୍ଥିଵ ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଜନ୍ମ ମାଟିକୁ ମୃତକଙ୍କ ପାର୍ଥିଵ ଶରୀର ନେଵାକୁ କିଛି ପରିବାର ଅନିଚ୍ଛୁକ ହେବାରୁ ମୃତଦେହ ଗୁଡିକର ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରକ୍ରିୟାକୁ ସମ୍ପାଦନ କରୁଛି।

ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସରେ ମୋଟ ୮୧ଟି ମୃତଦେହକୁ ସଂରକ୍ଷିତ କରାଯାଇଥିବା ବେଳେ ସେ ଭିତରୁ ୨୯ଟି ଡିଏନ୍‌ଏ ରିପୋର୍ଟ ଆସିଛି। ୧୯ଟି ଚିହ୍ନଟ ହୋଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଆଜି ଉଭୟ ଝାଡଖଣ୍ଡ ଓ ବିହାରର ଦୁଇଟି ପରିବାର ଏତେଦୂର ମୃତଦେହ କୁ ନେବାକୁ ଆଗ୍ରହୀ ନହେବାରୁ ଝାଡ଼ଖଣ୍ଡରର ଦିନେଶ ୟାଦବ, ବୟସ ୩୧ଓ ବିହାରର ସୁରେଶ ରୟେ, ବୟସ ୨୩ର ସତ୍ୟ ନଗର ସ୍ମଶାନରେ ହୋଇଛି ଶେଷକୃତ୍ୟ ସମ୍ପନ୍ନ କରାଯାଉଛି।

ସମ୍ବନ୍ଧିତ ଖବର