ଶୌଚାଳୟ ଟାଙ୍କି ଭୁଶୁଡ଼ି ଦୁଇ ଶିଶୁକନ୍ୟା ମୃତ

ଭଂଜନଗର: ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶୌଚାଳୟ ଟାଙ୍କିରେ ଖସି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି।ମୃତକ ଦୁଇ ଶିଶୁ ହେଲେ ସିଦ୍ଧପୁର୍ ଗ୍ରାମର ବସୁମତି ସେଠି ଓ କାଳିଆ ଗୁଡା ଗ୍ରାମର ଦିବ୍ୟା ସେଠି। ଉଭୟଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଦୁଇଜଣ ନିଜ ମାମୁ ଘର ତାକରଡ଼ା ଆସିଥିଲେ। ଆଜି ସକାଳ ସମୟରେ ଖେଳୁ ଥିବା ବେଳେ ବହୁ ପୁରୁଣା ଶୌଚାଳୟ ଟାଙ୍କି ଭିତରକୁ ଖସି ପଡ଼ିଥିଲେ। ଘରାଲୋକ ବହୁ ଖୋଜା ଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ସୋରଡା ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବଡଗଡ ପୁଲିସ ଉଭୟଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିବା ସୂଚନା।

ସମ୍ବନ୍ଧିତ ଖବର