ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ୧୫ଟି ଟିମ ଚଢ଼ାଉ କରୁଛି। ଆଜି ସକାଳ ୬ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଜଣେ ଏସପି, ୨ ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପି ଏହି ଚଢ଼ାଉ କରୁଛନ୍ତି। ପ୍ରଦୀପଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି। ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ୨୦୨୦ ଭିତରେ ୫.୫ କୋଟି ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା। ୨୦୨୦ ଡିସେମ୍ବର ୯ତାରିଖରେ ରୁଜୁ ହୋଇଥିଲା ଅଭିଯୋଗ। ୨୦୨୦ ଡିସେମ୍ବର ୧୧ ତାରିଖରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ୨୦୦୯ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ତାରିଖ ମଧ୍ୟରେ ପ୍ରଦୀପଙ୍କ ଆୟର ଯାଞ୍ଚ କରିଥିଲା ଭିଜିଲାନ୍ସ। ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଆକଳନ କରିଥିଲା ଭିଜିଲାନ୍ସ। ପ୍ରଦୀପ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସରେ ଆଉ ଏକ ମାମଲା କେସ ନମ୍ବର ୬/୨୧ରେ ଭିଜିଲାନ୍ସ ସେଲରେ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର