ତିନି ମହଲାରୁ ଡ଼େଇଁ ମାନସିକ ବିକାରଗ୍ରସ୍ତ ମହିଳା ଜୀବନ ହାରିଲେ

ଜୟପୁର: ତିନିମହଲା କୋଠା ଉପରୁ ଜଣେ ମହିଳା ଡେଇଁ ଜୀବନ ହାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରେ ଏଭଳି ଅଘଟଣ ଘଟିଛି। ମୃତ ମହିଳା ହେଲେ ହେମଲତା ବୈଦ (୪୬)।

ସୂଚନା ଅନୁସାରେ ସ୍ଥାନୀୟ ରାଜନଗର ଛକରେ ରହୁଥିବା ସନ୍ଦୀପ ସଭାଦାରଙ୍କ ପତ୍ନୀ ହେମଲତା ବୈଦ ସୋମବାର ସକାଳ ସାଢ଼େ ୭ଟା ବେଳେ ନିଜ ଘରର ତିନି ମହଲା ଛାତ ଉପରୁ ଡ଼େଇଁ ଜୀବନ ହାରିଛନ୍ତି। ମହିଳାଙ୍କ ମାନସିକସ୍ଥିତି ଭଲ ନଥିବା ବେଳେ ଗତ ୧୦ବର୍ଷ ହେବ ସେ ଚିକିତ୍ସାଧୀନ ରହିଥିଲେ। ଚିକିତ୍ସାରେ ସେ ସୁସ୍ଥ ହେଉନଥିବାରୁ ଗତ କିଛି ଦିନ ହେବ ସେ ଅତ୍ୟଧିକ ମାନସିକ ଚାପରେ ରହିଥିଲେ ବୋଲି ଭାରପ୍ରାପ୍ତ ଟାଉନଥାନା ଅଧିକାରୀ ଇଶ୍ବର ତାଣ୍ଡି କହିଛନ୍ତି। ସକାଳୁ ସେ ଡ଼େଇଁପଡ଼ିବା ପରେ ଘର ଲୋକେ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ହେମଲତାଙ୍କୁ ନେଇକି ଯାଇଥିଲେ। ବାଟରେ ହିଁ ହେମଲତାଙ୍କ ପ୍ରାଣବାୟୁ ଉଡିଯାଇଥିବା ଚିକିତ୍ସା କରିଥିବା ଡାକ୍ତର କହିଥିଲେ।

ଏ ନେଇ ପରିବାରବର୍ଗ ଜୟପୁର ଟାଉନଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଶବର ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ସୂଚନା ଅନୁଯାୟୀ, ଗତ ୧୪ବର୍ଷ ତଳେ ହେମଲତା ରାଜସ୍ଥାନରେ ସନ୍ଦୀପଙ୍କୁ ବାହା ହୋଇଥିଲେ। ତା ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ତାଙ୍କ ମାନସିକସ୍ଥିତି ଖରାଫ ହେବା ପରେ ଜୟପୁରରେ ରହୁଥିବା ପରିବାରବର୍ଗ ଝିଅ, ଜ୍ବୋଇଁ , ନାତିକୁ ଜୟପୁର ଆଣି ରଖିଥିଲେ। ହେମଲତା ସେବେ ଠାରୁ ମାନସିକ‌ ରୋଗୀ ଭାବେ ଚିକିତ୍ସାଧୀନ ରହିବା ସହ ଔଷଧ ଖାଇ ଆସୁଥିଲେ। ପୂର୍ବରୁ ବି ସେ ୨ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ଆଜି ସକାଳ ସାଢ଼େ ୭ଟା ବେଳେ ଘରର ଛାତର କବାଟକୁ ବନ୍ଦ କରି ତିନି ମହଲାର ଉପରୁ ତଳକୁ ଡେଇଁ ପଡ଼ିଥିଲେ। ପରିବାରବର୍ଗ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ତୁରନ୍ତ ନେଇଥିଲେ ହେଁ ବାଟରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା। ପୁଲିସ ଅପମୃତ ମାମଲା ରୁଜୁ କରି  ଶବବ୍ୟା‌ବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର