ପାକିସ୍ତାନୀ ସୋଏବଙ୍କୁ ପଡ଼ିଆ ଭିତରେ ‘ଜିଜୁ’ ବୋଲି ପଡ଼ିଲା ଡାକରା; ହାତ ହଲାଇ ଭାରତୀୟ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଲେ ସାନିଆଙ୍କ ସ୍ୱାମୀ

ନୂଆଦିଲ୍ଲୀ: ନିକଟରେ ପାକିସ୍ଥାନ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର୍‌ ସୋଏବ ମଲ୍ଲିକଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ଇଣ୍ଟର୍‌ନେଟ୍‌ରେ ଘୂରି ବୁଲିବାରେ ଲାଗିିଛି। ଭିଡିଓଟି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟର। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସୋଏବ ବାଉଣ୍ଡ୍‌ରି ପାଖାପାଖି ଅଛନ୍ତି। ଅଚାନକ ବାଉଣ୍ଡ୍‌ରି ପାଖରୁ ଜିଜୁ ଜିଜୁ ବୋଲି ଡାକ ଶୁଣିବାକୁ ମିଳୁଛି। ଡାକଟି କେହି ଜଣେ ଭାରତୀୟଙ୍କର ହୋଇଥିବା ବେଳେ ସୋଏବ୍‌ ସମ୍ମାନ ଜଣାଇ ନିଜର ହାତ ଟେକି ହାଏ କରିଛନ୍ତି। କେହି କେହି ପଛରୁ ମଲ୍ଲିକ ଜିଜୁ ବୋଲି ବି ଡାକୁଥିବାର ଶୁଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଟେନିସ୍‌ ଖେଳାଳୀ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍‌ ଖେଳାଳି ସୋଲବ୍‌ ମଲ୍ଲି କ ପ୍ରେମରେ ପଡ଼ିବା ପରେ ସେମାନେ ପରସ୍ପରଙ୍କୁ ପୂରା ବିଧିବିଧାନର ସହ ୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ବିବାହ କରିଥିଲେ। ହାଇଦ୍ରାବାଦ୍‌ରେ ଥିବା ତାଜ୍‌ କ୍ରିଷ୍ଣା ହୋଟେଲ୍‌ରେ ମୁସଲମାନ ରୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା। ସେବେଠାରୁ ପ୍ରଶଂସକମାନେ ସୋଏବଙ୍କୁ ଭାରତର ଜ୍ୱାଇଁ ବୋଲି ସମ୍ବୋଧନ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର