ରାୟଗଡା: ରାୟଗଡ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବରିଷ୍ଠ ଆଇନଜୀବୀ ତଥା କ୍ଳବର ଆଇନ ପରାମର୍ଶଦାତା ମଦନମୋହନ ପାଢୀଙ୍କ ତତ୍ବାବଧାନରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଳବର ସାଧାରଣ ପରିଷଦର ବୈଠକର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ମଦନମୋହନ ପାଢୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଆସନ୍ତା ଦୁଇ ବର୍ଷ ପାଇଁ ସର୍ବସମ୍ମତିକ୍ରମେ କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ଉପସ୍ଥିତ ପ୍ରେସ କ୍ଲବର ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଉପଦେଷ୍ଟା ଭାବେ କୃଷ୍ଣ କୁମାର ଜେନାଙ୍କୁ ମନୋନୀତ କରାଯାଇଥିବା ବେଳେ ସଭାପତି ଭାବେ ଯୋଗେଶ୍ଵର ଦାସ, ସାଧାରଣ ସମ୍ପାଦକ ଭାବେ ରଞ୍ଜନ କୁମାର ରଥ, ଉପସଭାପତି ଭାବେ ସି ଏଚ୍ ଶ୍ରୀନିବାସ, ଯୁଗ୍ମ ସଂପାଦକ ଭାବେ ଆଶିଷ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ସୀମାଞ୍ଚଳ ପଣ୍ଡା, ସଂଘଠନ ସମ୍ପାଦକ ଭାବେ ଶିବ ସାଇ ବକ୍ସିପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ କ୍ଳବର ବରିଷ୍ଠ ସଦସ୍ୟ ଗୋପ ରଞ୍ଜନ ବକ୍ସିପାତ୍ର ଓ ସଂଗ୍ରାାମ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ଉକ୍ତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ସଦସ୍ୟ ଗୋପାଳ ସିଂ ଅଧିକାରୀ, ବାଳକୃଷ୍ଣ ପଟ୍ଟନାୟକ, ସୁବ୍ରତ ଚୈ।ଧୁରୀ, ୱାଇ. ଦାମୋଦର ରାଓ, ସୁଶାନ୍ତ କୁମାର ପ୍ରଧାନ, ପ୍ରେମେନ୍ଦ୍ର ପରିଛା, କୃଷ୍ଣଚନ୍ଦ୍ର ଦାଶ, ନିତିନ ଚୌଧୁରୀ ଏବଂ ଭର୍ଚୁଆଲ ମାଧ୍ୟମରେ ବି ଏଚ୍ ନାଗରାଜୁ ପ୍ରମୁଖ ଯୋଗ ଦେଇଥିଲେ।