ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଅନ୍ତର୍ଗତ କିସ୍ତଓ୍ଵାର୍ ସହରରେ କାମରୁ ଘରକୁ ଫେରୁଥିବା ଜମ୍ମୁ ଓ କଶ୍ମୀର ୟୁନିଟ୍ର ବିଜେପି ସଚିବ ଅନୀଲ ପରିହାର ଏବଂ ତାଙ୍କ ଭାଇଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ସହରରେ କୌଣସି ପ୍ରକାର ସାମ୍ପ୍ରଦାୟିକ ପରିସ୍ଥିତି ଉପୁଜିବା ଆଶଙ୍କାରେ ସାନ୍ଦେହ ଆଇନ୍ (କର୍ଫ୍ୟୁ) ଜାରି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ପରିହାର ଏବଂ ରାଜ୍ୟ ବନ ନିଗମର କର୍ମଚାରୀ ତାଙ୍କ ଭାଇ ଅଜିତଙ୍କୁ ବନ୍ଧୁକଧାରୀମାନେ ସେମାନଙ୍କ ଘର ଅଦୂରସ୍ଥ ତାପାଲ ଗଳି ଠାରେ ରାତି ପ୍ରାୟ ସାଢ଼େ ଆଠଟା ବେଳେ ଆକ୍ରମଣ କରିଥିଲେ। ପାଖ ବଜାରରେ ଥିବା ସେମାନଙ୍କ ଦୋକାନରୁ ସେମାନେ ଘରକୁ ଫେରିବା ବେଳେ ଆକ୍ରମଣ ହୋଇଥିବା କଥା ଏସ୍ଏସ୍ପି ରାଜିନ୍ଦର ଗୁପ୍ତ କହିଛନ୍ତି। ପରିହାର ସେ ଦୋକାନରେ ଖବରକାଗଜ ଏଜେନ୍ସି ଚଳାନ୍ତି।
ସେମାନଙ୍କ ମୁଣ୍ଡରେ ଗୁଳିଚୋଟ ଲାଗିଥିଲା ଏବଂ କିସ୍ତଓ୍ଵାର୍ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।
ହତ୍ୟାକାଣ୍ଡ ପରେ ପ୍ରଶାସନ ତରଫରୁ ମୁସଲମାନ ବହୁଳ ସେ ସହରରେ ତୁରନ୍ତ ସାନ୍ଦେହଆଇନ୍ ଜାରି କରାଯାଇଥିଲା। ଆକ୍ରମଣ ପରେ ବିଜେପି କର୍ମୀମାନେ ଜିଲ୍ଲାରେ ପ୍ରତିବାଦ ଆରମ୍ଭ କରିଥିଲେ।
ତା’ପରେ ପରେ ସହରରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସେନାବାହିନୀକୁ ଡକା ଯାଇଛି।