ନୂଆଦିଲ୍ଲୀ:ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅବସରପ୍ରାପ୍ତ ସଚିବ ଶକ୍ତିକାନ୍ତ ଦାସଙ୍କୁ ଜି-୨୦ରେ ଭାରତର ସେର୍ପା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଆସନ୍ତା ୨୦୧୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି। ଜି-୨୦ରେ ଦୁଇଟି ଟ୍ରାକ୍ ରହିଛି। ଗୋଟିଏ ହେଲା ଡେଭଲପମେଣ୍ଟ ଟ୍ରାକ୍ ଓ ଅନ୍ୟଟି ହେଲା ଫାଇନାନ୍ସ ଟ୍ରାକ୍। ଫାଇନାନ୍ସ ଟ୍ରାକ୍ଟି ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଥାଏ ଏବଂ ଡେଭଲପମେଣ୍ଟ ଟ୍ରାକ୍କୁ ସେର୍ପା ସଂଯୋଜନା କରିଥାନ୍ତି। ଏହି କାର୍ଯ୍ୟରେ ସେର୍ପାଙ୍କୁ ଅର୍ଥନୈତିକ ବ୍ୟାପାର ସଚିବ ଆବଶ୍ୟକ ସହାୟତା ଯୋଗାଇ ଦେଇଥାନ୍ତି। ଜି-୨୦ ସଦସ୍ୟ ଦେଶଗୁଡ଼ିକର ଶୀର୍ଷ ନେତାଙ୍କ ପ୍ରତିନିଧି ଭାବେ ସେର୍ପା କାର୍ଯ୍ୟ କରିବା ସହିତ ସମ୍ମିଳନୀର କାର୍ଯ୍ୟସୂଚୀର ମଧ୍ୟ ସଂଯୋଜନା କରିଥାନ୍ତି।