ଜନ୍ମାଷ୍ଟମୀ ଅବସରରେ କୃଷ୍ଣବେଶ ହେଲେ ଲାଲୁଙ୍କ ବଡ଼ପୁଅ ତେଜ ପ୍ରତାପ
ପାଟନା: ଜନ୍ମାଷ୍ଟମୀ ଉପଲକ୍ଷେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ଡ଼ି ଦେବୀଙ୍କ ବଡ଼ ପୁଅ କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ଷ୍ଟ୍ରେଡ୍ ରୋଡ୍ସ୍ଥିତ ତାଙ୍କ ବାସ ଭବନରେ ସେ ଆୟୋଜନ କରିଥିଲେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ। ଏହି ଅବସରରେ ପୂଜାର୍ଚ୍ଚନା କରାଯିବା ସହ କୃଷ୍ଣଲୀଳା ମଧ୍ୟ ଆୟୋଜିତ ହୋଇଥିଲା। ଅନ୍ୟ କଳାକାରଙ୍କ ସହ ମିଶି ଭଗବାନ କୃଷ୍ଣବେଶ ହୋଇ ବଂଶୀ ବଜାଇଥିଲେ।
ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ଡ଼ି ଦେବୀଙ୍କ ସହ ଅନ୍ୟ କେତେକ ବିଧାୟକ ମଧ୍ୟ ଯୋଗ ଦେଇଥିଲେ।
ତେଜ ପ୍ରତାପ କୃଷ୍ଣଙ୍କର ଭକ୍ତ। ସେ ନିଜକୁ କୃଷ୍ଣ ଏବଂ ସାନଭାଇକୁ ଅର୍ଜୁନ ବୋଲି କହନ୍ତି। ତେଣୁ ପ୍ରତି ବର୍ଷ ତାଙ୍କ ଘରେ ବଡ଼ ଧୁମ୍ଧାମ୍ରେ ଜନ୍ମାଷ୍ଟମୀ ଆୟୋଜନ କରନ୍ତି।
ଏଥର ମଥୁରାରୁ ଆସିଥିବା ବ୍ରଜରତ୍ନ ବନ୍ଦନାଶ୍ରୀ ଦଳ କୃଷ୍ଣଲୀଳା କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜକ ଥିଲେ ବୃନ୍ଦାବନ ଫାଉଣ୍ଡେସନ୍।
ଗତ ଶ୍ରାବଣ ମାସରେ ତେଜ ପ୍ରତାପ ଶିବ ବେଶରେ ସାଜି ପାଟନାର ଶିବ ମନ୍ଦିରରେ ପୂଜାପାଠ କରିଥିଲେ।