ସମ୍ବଲପୁର : ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର-ହାଲିପାଲି ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ସ୍ଥାନରେ ଏକା ସାଂଗରେ ୨୭ଟି ଗୃହ ନିର୍ମାଣ ହୋଇଛି। ଏହି ଘର ଗୁଡ଼ିକର ନିର୍ମାଣ ଶେଷ ହୋଇଥିଲାବେଳେ ଏହାକୁ ଆକର୍ଷଣୀୟ ସମ୍ବଲପୁରୀ ଡିଜାଇନ୍ରେ ରଂଗ କରାଯାଉଛି। ଆସନ୍ତା ଶନିବାର ଦୀପାବଳି ଦିନ ଏହି ଘର ଗୁଡ଼ିକର ସାମୂହିକ ଗୃହ ପ୍ରବେଶ ହେବ। ଗୋଟିଏ ସ୍ଥାନରେ ପୂଜା କାର୍ଯ୍ୟ ସହ ହିତାଧିକାରୀ ମାନଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି।