କୋଲକାତା: ଗୁରୁବାର ରାତିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଆରୀ ଚିତ୍ରା ବୋଷଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ଚିତ୍ରା ଘୋଷଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଚିତ୍ରାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି ଟ୍ୱିଟ୍ ମାଧ୍ୟମରେ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ‘ସମାଜ ସେବା ଏବଂ ଶିକ୍ଷା କ୍ଷେତ୍ରରେ ଚିତ୍ରା ବୋଷଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ମୁଁ ତାଙ୍କ ସହିତ ମୋର ଆଲୋଚନାକୁ ମନେ ପକାଉଛି, ଯେତେବେଳେ ଆମେ ନେତାଜୀଙ୍କ ଫାଇଲଗୁଡ଼ିକୁ କିପରି ଲୋକଲୋଚନକୁ ଆଣିବୁ ସେ ବିଷୟରେ ଆଲୋଚନା କରିଥିଲୁ | ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ’ |
Sambad is now on WhatsApp
Join and get latest news updates delivered to you via WhatsApp
Professor Chitra Ghosh made pioneering contributions to academics and community service. I recall my interaction with her, when we discussed many subjects including declassification of files relating to Netaji Bose. Saddened by her demise. Condolences to her family. Om Shanti. pic.twitter.com/2sflRB8mPb
— Narendra Modi (@narendramodi) January 8, 2021
ସୂଚନା ଥାଉ କି ପ୍ରଫେସର ଚିତ୍ରା ଘୋଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଇ ଶରତ ଚନ୍ଦ୍ର ବୋଷଙ୍କ ସାନ ଝିଅ ଥିବାବେଳେ ଜଣେ ଜଣାଶୁଣା ପ୍ରଫେସର ଥିଲେ। ସେ ସଂସଦର ସଦସ୍ୟ ମଧ୍ୟ ରହିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ସହ ଜଡିତ ରହସ୍ୟ ପ୍ରକାଶ କରିବାକୁ ଚିତ୍ରା ବୋଷ ଲଗାତାର ଉଦ୍ୟମ କରିଥିଲେ। ଚିତ୍ରା ବୋଷ କୋଲକାତାର ଲେଡି ବ୍ରାବର୍ନ କଲେଜରେ ରାଜନୀତି ବିଜ୍ଞାନର ପ୍ରଫେସର ଥିଲେ।