ମିଆଁମାର୍ରେ ଚୀନ୍ର ଆର୍ଥିକ ପ୍ରୋତ୍ସାହନରେ ଚାଳିତ କାରଖାନା ପୋଡ଼ି ଦେବାରୁ ୩୦ଜଣ ପ୍ରତିବାଦକାରୀଙ୍କୁ ହତ୍ୟା କଲା ସେନା
ହୁଏଇଙ୍ଗ୍ଥାୟା (ମିଆଁମାର୍): ରବିବାର ଦିନ ମିଆଁମାର୍ର ମୁଖ୍ୟ ସହରର ଦାରିଦ୍ର୍ୟ ପ୍ରପୀଡ଼ିତ ଶିଳ୍ପ ଉପନଗରୀ ହୁଏଇଙ୍ଗ୍ଥାୟାରେ ଚୀନ୍ର ଆର୍ଥିକ ପ୍ରୋତ୍ସାହନରେ ଚାଳିତ କାରଖାନା ପୋଡ଼ି ଦେବାରୁ ନିରାପତ୍ତା ବଳ ଅନ୍ୟୂନ ୨୨ଜଣ ସେନା-ବିରୋଧୀ ପ୍ରତିବାଦକାରୀଙ୍କୁ ହତ୍ୟା କରିଥିବା କଥା ଏକ ‘ଆଡ୍ଭୋକେସି ଗ୍ରୁପ୍’ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟାନ୍ୟ ସ୍ଥାନରେ ଆଉ ୧୬ଜଣ ପ୍ରତିବାଦକାରୀ ଓ ଜଣେ ପୁଲିସଙ୍କୁ ହତ୍ୟା କରାଯାଇଥିବା କଥା ମଧ୍ୟ ‘ଆସିଷ୍ଟାନ୍ସ୍ ଆସୋସିଏସନ୍ ଫର୍ ପଲିଟିକାଲ୍ ପ୍ରିଜ୍ନର୍’ (ଏଏପିପି) ନାମକ ଏହି ‘ଆଡ୍ଭୋକେସି ଗ୍ରୁପ୍’ କହିଛି।
ଚୀନ୍ ଦୂତାବାସ କହିବା ଅନୁସାରେ, ହୁଏଇଙ୍ଗ୍ଥାୟାସ୍ଥିତ ପୋଷାକ କାରଖାନାଗୁଡ଼ିକରେ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଅନେକ ଚୀନା କର୍ମଚାରୀ ଆହତ ହେବା ସହ କାରଖାନା ମଧ୍ୟରେ ଫସି ରହିଥିଲେ। ତେଣୁ, ଚୀନ୍ର ସମ୍ପତ୍ତି ଏବଂ ନାଗରିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଚୀନା ଦୂତାବାସ ମିଆଁମାର୍କୁ କହିଛି।
ଗଣତାନ୍ତ୍ରିକ ସରକାରଙ୍କୁ ଗାଦିଚ୍ୟୁତ କରି କ୍ଷମତା ଅକ୍ତିଆର କରିଥିବା ବିଦ୍ରୋହୀ ସେନାକୁ ଚୀନ୍ ସମର୍ଥନ କରୁଛି ବୋଲି ପ୍ରତିବାଦକାରୀ ମିଆଁମାର୍ ନାଗରିକମାନଙ୍କର ମତ।
ସେନାଦ୍ୱାରା ପରିଚାଳିତ ‘ମିଆଓ୍ଵାଡ୍ଡେ ଟେଲିଭିଜନ୍’ କହିଛି ଯେ, ୪ଟି ପୋଷାକ ଓ ଗୋଟିଏ ସାର କାରଖାନାରେ ପ୍ରଦିବାଦକାରୀମାନେ ନିଆଁ ଲଗାଇ ଦେଇଥିଲେ। ଏହାଛଡ଼ା, ନିଆଁ ଲିଭାଇବାକୁ ଆସୁଥିବା ଦମକଳଗୁଡ଼ିକୁ ମଧ୍ୟ ପ୍ରାୟ ୨୦୦୦ ଲୋକ ବାଟରେ ଅଟକାଇଥିଲେ।