ଚୀନ୍‌ ସମକକ୍ଷ ହୋଇପାରିବନି ଭାରତ: ଲମ୍ବା ସମୟ ୮-୧୦% ଅଭିବୃଦ୍ଧି ହାସଲ କରିପାରିବନି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ଭବିଷ୍ୟତ ବେଶ ଉଜ୍ଜ୍ବଳ ଥିଲେ ମଧ୍ୟ ଚୀନ୍ ଅତୀତରେ ଯେଭଳି ଲମ୍ବା ସମୟ ପର୍ଯ୍ୟନ୍ତ ଉଚ୍ଚ ଅଭିବୃଦ୍ଧି ହାସଲ କରିଥିଲା, ଭାରତ ତାହାର ସମକକ୍ଷ ହୋଇପାରିବନି। ମର୍ଗାନ୍‌ ଷ୍ଟାନ୍‌ଲିର ଏସିଆ ମୁଖ୍ୟ ଅର୍ଥନୀତିଜ୍ଞ ଚେତନ ଆହ୍ୟା‌ ଏହା କହିଛନ୍ତି। ସେ କହିଛନ୍ତି ଯେ ଲମ୍ବା ସମୟ ଭିତ୍ତିରେ ଭାରତ ୬.୫ ପ୍ରତିଶତରୁ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିବ। କିନ୍ତୁ ୧୯୭୮ର ଅର୍ଥନୈତିକ ସଂସ୍କାର ପରେ ଚୀନ୍ ଯେଭଳି ତିନି ଦଶନ୍ଧି ଧରି ୮-୧୦% ଅଭିବୃଦ୍ଧି ହାସଲ କରିଥିଲା, ଭାରତ ତାହାର ସମକକ୍ଷ ହୋଇପାରିବନି। ବିଶ୍ବର ମାନୁଫାକ୍‌ଚରିଂ ହବ୍‌ ଭାବେ ଚୀନ୍‌ର ସ୍ଥାନ ନେବାଠାରୁ ଭାରତ ବହୁ ଦୂରରେ ରହିଥିବା ସେ କହିଛନ୍ତି। ଆହ୍ୟାଙ୍କ ମତରେ ଭାରତର ଅଭିବୃଦ୍ଧିରେ ରହିଥିବା ଦୁଇଟି ବଡ଼ ପ୍ରତିବନ୍ଧକ ହେଉଛି ଭିତ୍ତିଭୂମିର ଅଭାବ ଓ ଅଳ୍ପ କୁଶଳୀ ଶ୍ରମଶକ୍ତି। ଏହି ଦୁଇ ବଡ଼ କାରଣ ପାଇଁ ଭାରତର ଅଭିବୃଦ୍ଧି ୬-୭% ମଧ୍ୟରେ ରହିଯିବ। କିଛି ଦିନ ପୂର୍ବେ ମର୍ଗାନ ଷ୍ଟାନ୍‌ଲି ଏକ ରିପୋର୍ଟରେ କହିଥିଲା ଯେ ୨୦୦୩ରୁ ୦୭ ପର୍ଯ୍ୟନ୍ତ ଭାରତ ହାରାହାରି ଭାବେ ୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ବର୍ତ୍ତମାନ ଅର୍ଥନୀତି ଯେଉଁଭଳି ଭାବେ ଗତି କରୁଛି ତାହା ସେହି ସମୟର ସ୍ମୃତିକୁ ତାହା କରିଛି।

ମାନୁଫାକ୍‌ଚରିଂ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହେବା ଲାଗି ଭାରତ ଉଦ୍ୟମ କରୁଛି। ଚୀନ୍‌ରୁ ମୁହଁ ଫେରାଉଥିବା କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ଏହା ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସ୍କିମ୍ ଘୋଷଣା କରିଛି। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଫ୍ୟାବଲେସ୍‌, ଇଲେକ୍ଟ୍ରିକ୍ ଯାନ ଉପକରଣ କ୍ଷେତ୍ରରେ ଏହା ବିଶେଷ ଅଗ୍ରଗତି ହାସଲ କରିଛି। ‌େଫାନ୍‌ ଉତ୍ପାଦନରେ ଏହା ଆପଲ୍ ଓ ସାମସଙ୍ଗ ଭଳି କଂପାନି ଆକୃଷ୍ଟ କରିପାରିଛି।

ସମ୍ବନ୍ଧିତ ଖବର