ଫୋର୍ବସ୍‌ର ଧନୀ ତାଲିକାରେ ସ୍ଥାନ ପାଇଲେ ୧୯ ବର୍ଷୀୟା ଯୁବତୀ

ନୂଆଦିଲ୍ଲୀ: ଫୋର୍ବସ୍‌ ପତ୍ରିକା ପ୍ରତିବର୍ଷ ତା’ର ଧନୀ ତାଲିକା ପ୍ରକାଶ କରେ। ଏବର୍ଷ ବି ୨୦୨୪ ପାଇଁ ଫୋର୍ବସ୍‌ର କୋଟିପତିମାନଙ୍କ ତାଲିକା ପ୍ରକାଶ ପାଇସାରିଛି। ଏହି ତାଲିକାରେ, ୧୯ ବର୍ଷ ବୟସ୍କା ବ୍ରାଜିଲର ଛାତ୍ର ଲିଭିଆ ଭୋଇଗଟ୍ ବିଶ୍ୱର ସର୍ବକନିଷ୍ଠ କୋଟିପତି ହେବାର ଆଖ୍ୟା ପାଇଛନ୍ତି। ଏହି ତାଲିକାରେ ଯୁବକମାନଙ୍କର ପ୍ରାଧାନ୍ୟ ବେଶ ଅଧିକ ଦୃଶ୍ୟମାନ ହେଉଛି। ଜାଣିବାକୁ ମିଳିଛି ଯେ ଫୋର୍ବସର ଏହି ତାଲିକାରେ ୨୫ ଜଣ ସ୍ବଳ୍ପ ବୟସ୍କ କୋଟିପତି ସ୍ଥାନ ପାଇଛନ୍ତି। ଏହି ସମସ୍ତ କୋଟିପତିମାନଙ୍କ ବୟସ ୩୩ ବା ତା’ଠାରୁ କମ୍ ଅଟେ।

ଫୋର୍ବସ୍ ଅନୁଯାୟୀ ବ୍ରାଜିଲର ବାସିନ୍ଦା ଲିଭିୟା ବର୍ତ୍ତମାନ ଜଣେ କଲେଜ ଛାତ୍ରୀ। ସେ ବର୍ତ୍ତମାନ ଏକ ବିଶ୍ୱବିଦ୍ୟାଳୟରେ ମନସ୍ତତ୍ବ ଅଧ୍ୟୟନ କରୁଛନ୍ତି। ଲିଭିୟା ଭୋଏଗଟ ସବୁଠାରୁ ବଡ ସେୟାରହୋଲ୍‌ଡର୍‌ମାନଙ୍କ ମଧ୍ୟରୁ ଅନ୍ୟତମ।
ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୋଟ ୨,୭୮୧ ଆରବପତି ଅଛନ୍ତି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୪୧ ଅଧିକ ରହିିଛି। ଆମେରିକାରେ ସର୍ବାଧିକ ଆରବପତି ଅଛନ୍ତି। ଆରବପତିମାନଙ୍କ ସଂଖ୍ୟା ଦୃଷ୍ଟିରୁ ଚୀନ୍ ଦ୍ୱିତୀୟ ସ୍ଥାନରେ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି। ପତ୍ରିକାର ତଥ୍ୟରୁ ଆହୁରି ବି ଜଣାପଡ଼ିଛି ଯେ ଚଳିତବର୍ଷ ଆମେରିକାରେ ୮୧୩ , ଚୀନରେ ୪୭୩ ର ଏବଂ ଭାରତରେ ୨୦୦ ଆରବପତି ଅଛନ୍ତି।

ସମ୍ବନ୍ଧିତ ଖବର