ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଯିଏ ଦେଖୁଛନ୍ତି ସେମାନଙ୍କ ଲୋମମୂଳଟାଙ୍କୁରି ଉଠୁଛି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ‌ଦେଖିବାକୁ ମିଳୁଛି, ଜଣେ ସ୍କୁଟି ଚାଳକ ରାସ୍ତାରେ ଯାଉଛନ୍ତି। ଏହି ସମୟରେ ତାଙ୍କ ବିପରୀତ ଦିଗରୁ ବାମପାର୍ଶ୍ବରୁ ଆସୁଥିବା ଏକ ଷଣ୍ଢ ସହିତ ତାଙ୍କର ଧକ୍କା ହୋଇଥିଲା। ଏତିକି ବେଳେ ତାଙ୍କର ଡାହାଣପାର୍ଶ୍ବ ଦେଇ ଏକ ଟ୍ରେକ ଯାଉଥି‌ଲା। ଏହି ଟ୍ରକ ତଳେ ସ୍କୁଟି ଚାଳକ ପଡ଼ି ଯାଇଥିଲେ। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଆପଣାଛାଏଁ ସେମାନଙ୍କ ମୁଖରୁ ବାହରି ପଡ଼ିଥିଲା, ‘ଯାହାକୁ ରଖିବେ ଅନନ୍ତ କି କରିପ‌ାରେ ବଳବନ୍ତ’।

ଅର୍ଥାତ ଟ୍ରକଟି ଯଦି ଦ୍ରୁତଗତିରେ ଆସୁଥାଆନ୍ତା ତେବେ ସ୍କୁଟି ଚାଳକଙ୍କ ଅବସ୍ଥା କ’ଣ ଯେ ହୋଇଥାଆନ୍ତା ତାହା ସେଇ ବିଧାତାଙ୍କୁ ହିଁ ଜଣା। ସୌଭାଗ୍ୟବଶତଃ ଟ୍ରକ ଚାଳକ ସଙ୍ଗେସଙ୍ଗେ ବ୍ରେକ ଦେଇ ଦେଇଥିବାରୁ ସାମ୍ନା ଓ ପଛ ଦୁଇ ଚକା ମଧ୍ୟରେ ଟ୍ରକ ଚାଳକ ପଡ଼ିଥିବା ସତ୍ତ୍ବେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

ଯାହାକୁ ଆପଣ ନିମ୍ନରେ ଦିଆଯାଇଥିବା ଭିଡିଓ ଜରିଆରେ ସ୍ପଷ୍ଟ ଭାବେ ଦେଖି ପାରିବେ।

 

 

 

ସମ୍ବନ୍ଧିତ ଖବର