ମୁଖତାରର ପରିବାରକୁ ଭେଟିବାପରେ ମୋତେ ଧମକ ମିଳୁଛି : ଅସଦୁଦ୍ଦିନ ଓଓ୍ବୈସି

ନୂଆଦିଲ୍ଲୀ: ଅପରାଧ ଜଗତରୁ ଯାଇ ରାଜନୀତିରେ ପ୍ରବେଶ କରିଥିବା ମୁଖତାର ଅନସାରୀର ମୃତ୍ୟୁ ପରେ ବି ରାଜନୀତି ଜାରି ରହିଛି । ଗତ ମାର୍ଚ୍ଚ ୨୮ ରେ ତାର ହୃଦଘାତରେ ପରଲୋକ ହୋଇଥିଲା । ଏହି ମୃତ୍ୟୁକୁ ନେଇ ଅନସାରୀର ପରିବାର ସମେତ କେତେକ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଏବେ ଶୁକ୍ରବାର ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ପକ୍ଷରୁ ଏକ ବଡ଼ ବୟାନ ଆସିଛି। ମୁଖତାର ଅନସାରୀଙ୍କ ପରିବାରକୁ ଭେଟିବା ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସୁଛି ବୋଲି ଓୱେସି ଅଭିଯୋଗ କରିଛନ୍ତି।

ଏଆଇଏମଆଇଏମ୍ ମୁଖ୍ୟ ଓୱେସି କହିଛନ୍ତି ଯେ ଦେଶରେ ଏପରି ଏକ ବାତାବରଣ ସୃଷ୍ଟି ହୋଇଛି, ଯେଉଁକାରଣରୁ ଏହି ଲୋକମାନେ ଅଯଥା କଥା କହିବାର ସାହସ ପାଉଛନ୍ତି। ଯେଉଁମାନେ ଖୋଲାଖୋଲି ଭାବେ ଏଭଳି ଧମକ ଦେଉଛନ୍ତି, ନିର୍ବାଚନ କମିଶନ ଏହାର ତଦାରଖ କରିବେ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି ।

ସିଏଏ-ଏନଆରସି ସଂପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଦେଶର ମୁସଲମାନମାନଙ୍କୁ ରାଜ୍ୟବିହୀନ କରିବା ଲକ୍ଷ୍ୟରେ ବିଜେପି ଏସବୁ କାମ କରୁଛି । ସିଏଏ-ଏନଆରସି ଆଣିବ ପଛର ଉଦ୍ଦେଶ୍ୟ ହେଉଛି ଗରିବ, ଅଳ୍ପସଂଖ୍ୟକ ବିଶେଷକରି ମୁସଲମାନଙ୍କୁ ରାଜ୍ୟବିହୀନ କରିବା ।

ସମ୍ବନ୍ଧିତ ଖବର