ଚର୍ଚ୍ଚାକୁ ଆସିଥିବା ଚା’ ଦୋକାନୀ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଡଲି ଚା’ ବିକାଳି ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି। କାରଣ ନିକଟରେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ବିଲ ଗେଟ୍ସ ଭାରତ ବୁଲିବାକୁ ଆସିଥିଲେ। ଏହି ଗସ୍ତ ସମୟରେ ବିଲ ଗେଟ୍ସ ଡଲି ଚା’ ବିକାଳିଙ୍କ ଦୋକାନରେ ଛିଡ଼ା ହୋଇ ଚା’ ପିଇବା ସହିତ କିଛି ସମୟ କଥା ବି ହୋଇଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ  ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଡଲି ଚା’ ବିକାଳିଙ୍କୁ ଆହୁରି ଅଧିକ ଲୋକ ଜାଣିବାକୁ ପାଇଛନ୍ତି।

ଡଲିଙ୍କ ବ୍ୟକ୍ତିଗତ ଜୀବନ କଥା କହି‌ଲେ ମହାରାଷ୍ଟ୍ରର ନାଗପୁରରେ ସେ  ଗତ ୧୬ ବର୍ଷ ଧରି ଏକ ଛୋଟ ଷ୍ଟଲରେ ଚା’ ବିକ୍ରି କରି ଆସୁଛନ୍ତି। ଏହି ଚା’ ବିକ୍ରି କରିବା ନିଶାରେ ଡଲି ୧୦ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲେ। ତାଙ୍କର ଏହି ଦୋକାନୀଙ୍କୁ ବିଲ ଗେଟ୍ସଙ୍କ ପୂର୍ବରୁ ଆହୁରି ଅନେକ ନାମୀଦାମୀଲୋକ ଆସି ଚା’ ପିଇ ଯାଇଛନ୍ତି। ତାଙ୍କର ଚା’ର ସ୍ବାଦ ଓ ପରଷିବା ଶୈଳୀ ଖୁବ ନିଆରା। ଯେଉଁଥିପାଇଁ ଲୋକେ ବଡ଼ବଡ଼ ‌ଦୋକାନ ଛାଡ଼ି ଡଲିଙ୍କ ଏହି ଛୋଟ ଚା’ ଷ୍ଟଲରୁ କପେ ଚା’ ପିଇବା ପାଇଁ ଧାଇଁ ଆସିଥାଆନ୍ତି।

ଡଲିଙ୍କ ସମ୍ପତ୍ତି କହିଲେ ତାଙ୍କର ଏକ ଛୋଟ ଘର ଓ କିଛି ଜମି ଅଛି।  ଡଲି ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ। କୁହାଯାଉଛି କି ବିଲ ଗେଟ୍ସ ଚା’ ପିଇକି ଯିବା ପରେ ଡଲିଙ୍କ ଭାଗ୍ୟ ଖୋଲି ଯାଇଛି। ପୂର୍ବ ଅପେକ୍ଷା ତାଙ୍କ ଚା’ ଷ୍ଟଲରେ ଅଧିକ ଲୋକଙ୍କ ଭିଡ଼ ଜମୁଛି। ଏହି ଭିଡ଼ରୁ ନିଜକୁ ସୁରକ୍ଷା ଦେବା ପାଇଁ ନିକଟରେ ସେ କିଛି ଅଙ୍ଗରକ୍ଷୀଙ୍କୁ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର