ଅଡି ଭୁବନେଶ୍ବର ପକ୍ଷରୁ ‘କ୍ୟୁ ଡ୍ରାଇଭ’ ଏକ୍ସପେରିଏନ୍ସ

ଭୁବନେଶ୍ବର: ଅଡି ଭୁବନେଶ୍ବର ପକ୍ଷରୁ ସାମ୍ବାଦିକ, ସମ୍ଭାବ୍ୟ ଗ୍ରାହକ ଏବଂ ଅଫରୋଡ୍‌ ଗାଡ଼ି ଚାଳନା ପ୍ରିୟ ବ୍ୟକ୍ତିଙ୍କ ପାଇଁ ‘କ୍ୟୁ ଡ୍ରାଇଭ’ ଏକ୍ସପେରିଏନ୍ସ ଆଜି ଅନୁଷ୍ଠିତ ହୋଇଯାଇଛି। ଅଡିର ଡ୍ରାଇଭିଂ ଏକ୍ସପେରିଏନ୍ସରେ ‘କ୍ୟୁ ଡ୍ରାଇଭ’ ସବୁଠୁ ବ୍ୟାପକ କାର୍ଯ୍ୟକ୍ରମ। ଅଡି କ୍ୟୁ ରେଞ୍ଜ ଗାଡ଼ିର କ୍ବାଟ୍ରୋ ସିଷ୍ଟମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଅଫ୍‌ ରୋଡ୍ ଟ୍ରାକରେ ଏହି ଅଭିଯାନ ସଂପାଦନ ହୋଇଛି। ଗ୍ରାହକମାନେ ଏହାର ମଜା ନେଇଛନ୍ତି। ଗାଡ଼ି ଉପରକୁ ଉଠିବା, ଓହ୍ଲାଇବା, ଢଳିକି ଚଳାଇବା ଆଦି ଏଠାରେ ଦେଖିବାକୁ ମିଳିଥିଲା।
ଭୁବନେଶ୍ବରରେ ଏହି ଅଭିଯାନର ସଫଳତା ଆମକୁ ଖୁସି ପ୍ରଦାନ କରିଛି। ଅଡି କ୍ୟୁ ରେଞ୍ଜ ଗାଡ଼ିକୁ ବୁଝିବା ଲାଗି ଉକ୍ତ କାର୍ଯ୍ୟକ୍ରମ ଛଡ଼ା ଅନ୍ୟ ଭଲ ଉପାୟ କିଛି ନାହିଁ। ଏଥିରେ ଯୋଗଦେଇଥିବା ଆମର ପୃଷ୍ଠପୋଷକଙ୍କ ସମେତ ସମସ୍ତ ଅଡି ପ୍ରିୟ ବ୍ୟକ୍ତିଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ଅଡି ଭୁବନେଶ୍ବରର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର