ଯୁବକଙ୍କ ବ୍ୟବସାୟ ଯୋଜନା ଶୁଣି ‌ଖାଲି ଚେକ୍ ନେଇ ଦୌଡ଼ିଗଲେ ଶାର୍କ ! କହିଲେ, ‘ତୁମ ଇଚ୍ଛା ଯେତିକି, ସେତିକି ରାଶି ଏଥିରେ ଭରି ଦିଅ’

ନୂଆଦିଲ୍ଲୀ: ଟେଲିଭିଜନର ସୋ’ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର  ଦ୍ବିତୀୟ ସିଜନକୁ ଦର୍ଶକ ବହୁତ ଭଲ ପାଇବ‌ା ଦେଉଛନ୍ତି। ଏହି ସିଜନ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। କାରଣ ଏଥିରେ ଶାର୍କମାନେ ଯେମିତି ଡିଲ କରୁଛନ୍ତି ତାହାକୁ ଦର୍ଶକ ଦେଖିବାକୁ ପସନ୍ଦ କରୁଛନ୍ତି। ଆଗାମୀ ଅଧ୍ୟାୟରେ ଜଣେ ବ୍ୟକ୍ତି ଏମିତି ଏକ ବ୍ୟବସାୟ ଯୋଜନା ନେଇ ଆସିଛନ୍ତି ଯାହାକୁ ଦେଖିବା ପରେ ସମସ୍ତ ଶାର୍କମାନେ ଖାଲି ଚେକରେ ସାଇନ କରିବାକୁ ରାଜି ହୋଇଯାଇଥିଲେ।

ସୋନି ‌ଟିଭି ଚାନେଲ ଏଯାବତ ଏହା ସ୍ପଷ୍ଟ କରି ନାହିଁ କି ଏହି ବ୍ୟବସାୟ ଡିଲ କ’ଣ ରହିଛି। ଯାହାଙ୍କ ପ୍ରସ୍ତାବ ଶୁଣିବା ପରେ ସମସ୍ତ ଶାର୍କ ନିଜନିଜ ଭିତରେ ଲଢ଼େଇ କରି ଓପନ ଚୁକ୍ତି ଦେବାକୁ ରାଜି ହୋଇଯାଇଥିଲେ। ଯେଉଁ ପ୍ରମୋ ଚାନେଲ ରିଲିଜ କରିଛି , ସେଥିରୁ ଦେଖି ଜଣାପଡ଼ୁଛି ଏହି ଚୁକ୍ତି ବହୁତ ବଡ଼ ରହିଛି।

ପ୍ରଥମେ ପିୟୁଷ ବଂସଲ ଷ୍ଟାର୍ଟଅପ ଆଇଡିଆ ନେଇ ଆସିଥିବା ବ୍ୟକ୍ତିଙ୍କୁ କହୁଛନ୍ତି, ‘ଆପଣଙ୍କୁ ଗୋଟିଏ ଅଫର ଦେଉଛି। ଆପଣ ୫୦ଲକ୍ଷ ଟଙ୍କା ନେବାକୁ ଆସିଥିଲେ ନା? ମୁଁ ଆପଣଙ୍କୁ ୧,୧.୫/୨ କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ରାଜି ଅଛି। ତାହା ବି ଆପଣଙ୍କ ଭେଲୁଏସ ଉପ‌ରେ ଦେବି।’

ପିୟୁଷଙ୍କ ଠାରୁ ଏଭଳି କଥା ଶୁଣି ଅମନ ଗୁପ୍ତ‌ା କହୁଛନ୍ତି କି, ‘ଏମିତି ପ୍ରଥମ ଥର ହେଉଛି କି କୌଣସି ପ୍ରତିଯୋଗୀଙ୍କୁ ଏଭଳି ଅଫର ଖୋଲାଖୋଲି ଭାବେ ଦିଆଯାଉଛି।’ କିଛି ସମୟ ପରେ ପିୟୁଷ ଏକ ଖୋଲା ଚେକବହି ଧରି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଦୌଡ଼ି ଯାଉଛନ୍ତି। ଆଉ କହୁଛନ୍ତି, ‘ ଏଥିରେ ଯେତକି ଇଚ୍ଛା, ସେତିକି ରାଶି ତୁମେ ଭରିଦିଅ।’

ତେବେ ଏହି ଅଧ୍ୟାୟ ପ୍ରସାରଣ ହେଲା ପରେ ହିଁ ଜଣାପଡ଼ିବ ବ୍ୟକ୍ତି କେଉଁଠାରୁ ଓ କ’ଣ ବ୍ୟବସାୟ ଯୋଜନା ନେଇ ମଞ୍ଚକୁ ଆସିଥିଲେ। ଯାହାକୁ ଶୁଣିବା ପରେ ଶାର୍କମାନେ ଏତେ ପ୍ରଭାବିତ ହୋଇଯାଇଥିଲେ।

ଏହି ସୋ’ରେ ସେହି ଷ୍ଟାର୍ଟଅପକୁ ସୁଯୋଗ ଦିଆଯାଉଛି, ଯେଉଁମାନେ ଦେଶରେ କିଛି ପରିବର୍ତ୍ତନ ଆଣିବା ସହିତ କିଛି ନୂଆ କରିବାର କୌଶଳ ରଖିଛନ୍ତି। ଏଥିରେ ଭାଗ ନେଇଥିବା ଅନେକ ଲୋକ ରାତାରାତି ଷ୍ଟାର ବି ପାଲଟି ଯାଇଥିବା ଖବର ରହିଛି। ସୋ’ରେ ଥିବା ଶାର୍କମାନେ ବି ଲୋକଙ୍କୁ ସଫଳ କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି।

ସମ୍ବନ୍ଧିତ ଖବର