ମଦ୍ରାସାରେ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ବେଳେ ନିରବଦ୍ରଷ୍ଟା ସାଜିଥିବା ମୌଲବୀଙ୍କୁ ଗିରଫ କଲା ପୁଲିସ୍‌

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ଏକ ମଦ୍ରାସା ମଧ୍ୟରେ ଜଣେ ନାବାଳିକା ସହ ହୋଇଥିବା ଦୁଷ୍କର୍ମ ମାମଲାରେ ସଂପୃକ୍ତି ଥିବା ସନ୍ଦେହ କରି ଦିଲ୍ଳୀ ପୁଲିସ୍‌ ୩୪ ବର୍ଷିଅ ଜଣେ ମୌଲବୀଙ୍କୁ ଗିରଫ କରିଛି। ମୌଲବୀଙ୍କ ନାମ ଗୁଲାମ ସାହିଦ। ଗିରଫ ପରେ ପୁଲିସ୍‌ ଶୁକ୍ରବାର ହେପାଜତରେ ରଖିଛି। ମିଳିଥିବା ସୂଚନା ଅନୁସାରେ ସାହିବାବାଦ୍‌ରେ ଥିବା ଏକ ମାଦ୍ରାସା ପରିସରରେ ଜଣେ ନାବାଳକ ଜଣେ ନାବାଳିକାକୁ ଦୁଷ୍କର୍ମ କରୁଥିବା ସମୟରେ ମୌଲବୀ ଜଣକ ସେଠାରେ ଉପସ୍ଥିତ ଥାଇ ମଧ୍ୟ ପ୍ରତିବାଦ କରିନଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ସାହିବାବାଦର ଏହି ୧୧ ବର୍ଷୀୟା ପୀଡ଼ିତା ହଠାତ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପୀଡ଼ିତାଙ୍କ ବାପା ଯାଇ ପୁଲିସ୍‌ରେ ଏକ ଅଭିଯୋଗ ଦେଇଥିଲେ। ତାଙ୍କ ଝିଅ ବଜାର ଯାଇ ଆଉ ଫେରି ନଥିଲେ ବୋଲି ଅଭିଯୋଗ ଆଣିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ନିଖୋଜ ନାବାଳିକାକୁ ଖୋଜିବା ପାଇଁ ଦିଲ୍ଳୀ ପୁଲିସ୍‌ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା। ପୁଲିସ୍‌ ଏପ୍ରିଲ୍‌ ୨୨ ତାରିଖରେ ଏକ ମଦ୍ରାସା ମଧ୍ୟରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ପୁଲିସ୍‌ ଦେଖିବାକୁ ପାଇଲା ଯେ ପୀଡ଼ିତା ଜଣକ ହାତଗୋଡ଼ ବନ୍ଧା ହୋଇ ଚଟାଣରେ ଏକ ମସିଣା ଗୁଡ଼ା ହୋଇ ପଡ଼ି ରହିଥିଲେ। ପୁଲିସ୍‌ ତତ୍‌କ୍ଷଣାତ ସିସିଟିଭି ଫୁଟେଜ୍‌ ଦେଖିଥିଲା। ସେଥିରେ ଉଭୟ ପୀଡ଼ିତା ଓ ୨ ଅଭିଯୁକ୍ତ ଦେଖିବାକୁ ମିଳିଥିଲେ। ଦୁଷ୍କର୍ମ ଅଭିଯୁକ୍ତ ୧୭ ବର୍ଷିଅ ଏହି ଯୁବକକୁ ପୂର୍ବରୁ ମଧ୍ୟ ପୁଲିସ୍‌ ଭିନ୍ନ ଅପରାଧିକ ମାମଲାରେ ଗିରଫ କରିସାରିଛି।

ସମ୍ବନ୍ଧିତ ଖବର