ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ୨ଟି  ‘ଚାଇଲ୍‌ଡ୍‌ ସେକ୍ସସୁଆଲ୍‌ ଆବ୍ୟୁଜ୍‌ ମ୍ୟାଟେରିଆଲ୍‌’ (ସିଏସ୍‌ଏଏମ୍‌) ପ୍ରସାରଣ ମାମଲାରେ ଆଜି ‘ସିବିଆଇ’ ୨୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୬ଟି ସ୍ଥାନରେ ଖାନ୍‌ତଲାସ ଚଳାଇଛି।

Advertisment

‘ଅପରେସନ୍‌ ମେଘଚକ୍ର’ ବୋଲି କୁହାଯାଉଥିବା ଏହି ଅଭିଯାନ ହେଉଛି ‘ସିଏସ୍‌ଏଏମ୍‌’ ଉପରେ ଖୁବ୍‌ ବଡ଼ଧରଣର ଚଢ଼ଉ। ‘ଇଣ୍ଟର୍‌ପୋଲ୍‌ ସିଙ୍ଗାପୁର’ ଏବଂ ଗତବର୍ଷ ‘ଅପରେସନ୍‌ କାର୍ବନ୍‌’ରୁ ପ୍ରାପ୍ତ ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଚଢ଼ଉ ଆରମ୍ଭ ହୋଇଛି।

publive-image Image Courtesy of India Today

ଅନ୍‌ଲାଇନ୍‌ରେ ‘ସିଏସ୍‌ଏମ୍‌’ ମ୍ୟାଟେରିଆଲ୍‌ ପ୍ରସାରଣ କରୁଥିବା ବ୍ୟକ୍ତିବିଶେଷ ଓ ଗ୍ୟାଙ୍ଗ୍‌ ଏବଂ ନାବାଳିକା/ବାଳକମାନଙ୍କୁ ଶାରୀରିକ ଭାବେ ବ୍ଲାକ୍‌ମେଲ୍‌ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ‘ଅପରେସନ୍‌ ମେଘଚକ୍ର’ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ପିଲାମାନଙ୍କ ସହିତ ଅନୈତିକ ଯୌନକ୍ରିୟାର ‘ଅଡିଓ-ଭିଜୁଆଲ୍‌’ ପ୍ରସାରଣ ନିମନ୍ତେ ‘କ୍ଲାଉଡ୍‌ ଷ୍ଟୋରେଜ୍‌ ଫ୍ୟାସିଲିଟି’ ବ୍ୟବହାର କରାଯାଉଥିବା କାରଣରୁ ଏହି ଅଭିଯାନର କୋଡ୍‌ୱାର୍ଡ ‘ମେଘ ଚକ୍ର’ ରଖାଯାଇଛି।

ପିଲାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଉଥିବା ‘ମ୍ୟାଟେରିଆଲ୍‌’ ପ୍ରସାରଣ ଉପରେ ଦୃଷ୍ଟି ରଖିବାକୁ ‘ମେକାନିଜିମ୍‌’ ଉପରେ ସବିଶେଷ ବିବରଣୀ ଥିବା ରିପୋର୍ଟ ଦାଖଲ କରିବା ଲାଗି ଗତ ସପ୍ତାହରେ ସୁପ୍ରିମ୍‌ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।