୧ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୁଲିସ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାନୁସାରେ, ଆଜି ସକାଳେ ପ୍ରାୟ ୧୧ଟା ବେଳେ ପୂର୍ବ ସୂଚନା ପାଇ ଇନ୍ସପେକ୍ଟର ରଶ୍ମୀରଂଜନ ଦାସ, ଏସ୍ଆଇ ପଦ୍ମଲୋଚନ ବେହେରା, ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଏକ ଯୁଗ୍ମ ଟିମ୍ ଖୋର୍ଦ୍ଧା ସାମନ୍ତରାପୁର ନିକଟ ସ୍କୁଲ ନିକଟରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ବ୍ରାଉନ୍‌ସୁଗାର ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ଦୁଇଜଣଙ୍କୁ ଧରିଥିଲେ । ସେମାନଙ୍କ ନିକଟରେ ୧୦.୫୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୫ହଜାର ଟଙ୍କା ହେବ । ଏହା ସହ ଦୁଇଟି ମୋଟର ସାଇକଲ (ଓଡି ୦୨ଏମ୍ ୭୨୬୦ ଓ ଓଆର ୦୨ ବିଏକ୍ସ ୦୧୩୫) ଜବତ କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିର ଲିଟୁ ବାରିକ ଓରଫ ମୁନା (୩୦), ମିଟୁନ୍ ଗୁରୁ ଓରଫ ମିଟୁ (୨୨) । ଉଭୟଙ୍କ ବିରୋଧରେ ୩୮୦/୨୦୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର