ଆଠଗଡ଼: ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ଆଠଗଡ଼ : ଆଠଗଡ଼ ବନଖଣ୍ତ ସଦର ରେଞ୍ଜ ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ଗୋଖର୍ନଖାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ଗୋକର୍ନଖାଲ ଗ୍ରାମର କରୁଣାକର ରାଉତ (୭୨) ଗ୍ରାମ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ଏକ ଦନ୍ତାହାତୀର ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି।

ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦେଖି ବନବିଭାଗକୁ ଖବର ଦେବାପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ବନବିଭାଗ ମୃତକ ପରିବାରକୁ ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଗତ ଏକ ସପ୍ତାହ ଧରି କପିଳାସ ଜଙ୍ଗଲରୁ ୧୪ଟି ହାତୀପଲ ଆଠଗଡ଼ ସଦର ରେଞ୍ଜ ତିଗିରିଆ ନିଜିଗଡ଼ରେ ଆତଙ୍କ ସୃଷ୍ଟି କରିଛନ୍ତି ପନିପରିବା ଫସଲ ନଷ୍ଟ କରିବା ସହିତ ଆଜି ଏକ ଅମୂଲ୍ୟ ଜୀବନ ଯାଇଛି। ତୁରନ୍ତ ହାତୀପଲଙ୍କୁ କପିଳାସ ଜଙ୍ଗଲକୁ ଘଉଡ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର