କଟକ : କିଛି ଦିନର ବ୍ୟବଧାନ ପରେ ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ପୁଣି ତାଙ୍କର ଚା’ ଖଟି ରାଜନୀତି ଆରମ୍ଭ କରିଛନ୍ତି। ‘ହେଇଯାଉ ଚା ଚର୍ଚ୍ଚା’ ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଏଥର ସେ କଟକ ସହର ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। କଟକ ଚା’ ଖଟି କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ତାଙ୍କୁ ପଦ୍ମ ଗାମୁଛା ପିନ୍ଧାଇବା ନେଇ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୫ଟାରେ ‘ହେଇଯାଉ ଚା ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୈଜୟନ୍ତ ପହଞ୍ଚିବା ପରେ ସେଠାରେ ଥିବା ବିଜେପି କର୍ମୀମାନେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେବା ସହ ପଦ୍ମ ଗାମୁଛା ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଯୁବନେତା ଦେବାଶିଷ ରାୟ, କର୍ପୋରେଟର ବିଜୟ ଦଳାଇ, ଲିଙ୍ଗରାଜ ହାତୀ ପ୍ରମୁଖଙ୍କ ସହ ଶତାଧିକ ବିଜେପି କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ବିଜେଡିର କିଛି ନେତା ତଥା କର୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି, ଏହି କାର୍ଯ୍ୟକ୍ରମରେ କେବଳ ରାଜନୀତି ନୁହେଁ, ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ପୂର୍ବରୁ ‘ହେଇଯାଉ ଚା ଚର୍ଚ୍ଚା’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ବ୍ରାଣ୍ଡ୍‌କୁ ବ୍ୟବହାର ପାଇଁ ସେ କଟକକୁ ବାଛିଥିବା କହିଥିଲେ।