ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗୋଦାମରେ ଅଗ୍ନିକାଣ୍ଡ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗୋଦାମରେ ଅଗ୍ନିକାଣ୍ଡ । ଆଉ ନିଆଁ ଲାଗି ବ୍ୟାପକ ମେଡ଼ିସିନ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । ବିଳମ୍ବିତ ରାତିରେ ନିଆଁ ଲାଗିଥିବାବେଳେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଥିଲା | ସୂଚନା ଅନୁଯାୟୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କ କାର୍ଯ୍ୟାଳୟ ପାଖରେ ଥିବା ମୁଖ୍ୟ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ପାଖରେ ସରକାରୀ କ୍ୱାଟରରେ ରହୁଥିବା କର୍ମଚାରୀ ଧୂଆଁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ବି ସବୁ ପୋଡି ପାଉଁଶ ହୋଇଯାଇଥିଲା । ଗୋଦାମରେ ଥିବା ବିଭିନ୍ନ ମେଡ଼ିସିନ, ଇଂଜେକସନ, ଫ୍ରିଜ, ଏସି ଆଦି ବହୁ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜଳିପୋଡି ଧ୍ୱଂସ ହୋଇଯାଇଛି । ତେବେ ଆଜି ଗୋଦାମ ଦାୟିତ୍ବରେ ଥିବା ଅଧିକାରୀ ତଦାରଖ ପରେ କେତେ ସାମଗ୍ରୀ କ୍ଷୟକ୍ଷତି ହୋଇଛି ଜଣାପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର