ବାଉଁଶ ବୁଦାମୂଳରୁ ୨୩ ବସ୍ତା ଗଞ୍ଜେଇ ଜବତ

କାଲିମେଳା: ବାଉଁଶ ବୁଦାମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ | ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଗୁରାଲୁର ଜଙ୍ଗଲରେ ରାତି ଅଧରେ ପୁଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗଂଜେଇ ଜବତ କରିଛି | ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି | କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ଭିତ ରାତିରେ କାଲିମେଳାଠାରୁ ପ୍ରାୟ ୪୦ କିଲୋମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ଗୁରାଲୁର ଜଙ୍ଗଲରେ କାଲିମେଳା ପୁଲିସର ଏକ ଟିମ ଚଢ଼ାଉ କରି ଏକ ବାଉଁଶ ଗଛ ମୂଳରେ ଲୁଚାଇ ରଖାଯାଇଥିବା ୨୩ ବସ୍ତାରେ ୫୮୩ କେଜି ଗଂଜେଇ ଜବତ କରିବାରେ ସଫଳ ହୋଇଛି |

ଏହି ବିପୁଳ ପରିମାଣର ଗଂଜେଇ ଡଙ୍କରାଇ ଜଳଭଣ୍ଡାର ପାର ହୋଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଇଥାନ୍ତା | ହେଲେ ଚାଲାଣ ପୂର୍ବରୁ ପୁଲିସ ଚଢ଼ାଉ କରି ଏହି ବିପୁଳ ପରିମାଣର ଗଂଜେଇ ଜବତ କରିବାରେ ସଫଳ ହୋଇଛି | ଏଥି ସହିତ ଘଟଣାସ୍ଥଳରୁ ଦୀପଙ୍କର ମାଲି ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି |

ସମ୍ବନ୍ଧିତ ଖବର