ମୋବାଇଲ୍ ଚୋରି କରି ଫୋନ ପେରେ ହଡ଼ପ କରିଥିଲେ ଟଙ୍କା: ୬ ମାସ ପରେ ବନ୍ଧା ହେଲେ

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଜୈନେକ ରୋଗୀଙ୍କର ଗତ ଜାନୁଆରୀ ୨୪ ତାରିଖ ମୋବାଇଲ ଚୋରି ହୋଇଥିଲା। ଏହି ମାମଲାରେ ପୁଲିସ ଫେରାର ଥିବା ଅଭିଯୁକ୍ତ ଲଲିତ ଖିଲଙ୍କୁ ୬ମାସ ପରେ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଜନୈକ ରୋଗୀଙ୍କ ମୋବାଇଲକୁ  ନନ୍ଦପୁର ଥାନା ମୁଣ୍ଡାଗୁଡା ଗାଁର ଲଲିତ ଖିଲ ଚୋରି କରି‌ ନେଇଥିଲେ।

ଏଥିରୁ ଦୁଇ ଜଣଙ୍କ ଆକାଉଣ୍ଟକୁ ଫୋନ ପେରେ ୧୮ହଜାର ଟଙ୍କା ପଠାଇଥିଲେ। ଏତଲା ହେବା ପରେ ଜୟପୁର ସଦର ଥାନା ପୁଲିସ ନଂ ୧୯/୨୩ରେ ଏକ ମାମଲା ରୁଜୁ କରିଥିଲେ। ଉକ୍ତ ଟଙ୍କାକୁ ବ୍ଲକ କରି ପୂର୍ବରୁ ଏହି ମାମଲାରେ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି କହିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଲଲିତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର