ଅବକାରୀ ବଭାଗର ସକ୍ରିୟ : ୫୧୦୦ ଲିଟର ମହୁଲ ପୋଚ ଓ ୪୫୦ ଲିଟର ମଦ ମାଟିଲେ ମିଶିଲା

ଜୟପୁର: ଜୟପୁର ଅବକାରୀ ବିଭାଗ ଓ କୋରାପୁଟ ଇଆଇବି ଚୋରା ମଦ କାରବାର ‌ରୋକିବାକୁ ସକ୍ରିୟ ହୋଇଛି। ଦୁଇ ଦିନ ଧରି ଜୟପୁର ସଦରଥାନା ଅର୍ନ୍ତଗତ ନିଳାଗୁଡା ଓ କଳାଗୁଡା  ଗାଁରେ ଥିବା ବିଭିନ୍ନ ଭାଟି ଉପରେ  ଚଢ଼ାଉ କରାଯାଇଛି। ରବିବାର ନିଳାଗୁଡା ଭାଟି ଉପରେ ଚଢ଼ାଉ କରି ୨୫୦ ଲିଟର ରନ୍ଧାମଦ ଏବଂ ୨୬୦୦ ଲିଟର ମହୁଲ ପୋଚ ଢାଳି ମାଟିରେ ମଶାଇ ଦେଇଛି।

ସେଭଳି ଶନିବାର କଳାଗୁଡା ଭାଟି ଉପରେ ଚଢ଼ାଉ କରି ୨୦୦ ଲିଟର ରନ୍ଧାମଦ ଏବଂ ୨୫୦୦ ଲିଟର ମହୁଲ ପୋଚ ନଷ୍ଟ କରିଥିଲା। ତେବେ ଚଢ଼ାଉ ବେଳେ ଭାଟିରେ ରାନ୍ଧୁଥିବା ଲୋକେ ଚମ୍ପଟ ମାରିଥିଲେ। ତେଣୁ କାହାକୁ ଗିରଫ କରିପାରିନାହିଁ। ଏ ନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଖୋଜୁଛୁ ବୋଲି ଜୟପୁର ଅବକାରୀ ଥାନା ଅଧିକାରୀ ସଂଜୟ କାଣ୍ଡି କହିଛନ୍ତି।

ସମ୍ବନ୍ଧିତ ଖବର