ଘର ଭାଙ୍ଗିଲା ହାତୀ

ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ବନିକା ଗ୍ରାମରେ ଏକ ଦନ୍ତାହାତୀ ଗତକାଲି ରାତିରେ ପଶି ଘର ଭାଙ୍ଗି ଧାନଚାଉଳ ଖାଇଛି। କିଛିଦିନ ହେବ ଗୋଠଛଡ଼ା ଏକ ଦନ୍ତା ଚମ୍ପୁଆ ବ୍ଲକ୍‌ ବୈତରଣୀ ନଦୀ କୂଳରେ ଥିବା ଗ୍ରାମ ଗୁଡ଼ିକରେ ପଶି ଫସଲ ଉଜାଡ଼ୁଛି।

ଗତକାଲି ରାତିରେ ଏହି ଦନ୍ତାହାତୀଟି ବନିକା ଗ୍ରାମରେ ପଶି ଭାସ୍କର ସିଂହଙ୍କ ଘରର କାନ୍ଥ ଭାଙ୍ଗି ଧାନଚାଉଳ ଖାଇଛି। ହାତୀ ଘର କାନ୍ଥ ଭାଙ୍ଗୁଥିବା ଜାଣି ପରିବାର ଲୋକେ ଅନ୍ୟତ୍ର ଚାଲିଯିବାରୁ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର