ଭବାନୀପାଟଣା ସେକ୍ସ ରାକେଟ୍‌ ଘଟଣା: ଦଲାଲ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗରପଡ଼ାରେ ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରି ଟାଉନଥାନା ପୁଲିସ ଜଣେ ଦଲାଲ ଓ ଦୁଇଜଣ ବଙ୍ଗୀୟ ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାରେ ଦଲାଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ରାମନଗରପଡ଼ାର ଜଣେ ଅବସରପ୍ରାପ୍ତ ପୁଲିସ ଡିଏସପିଙ୍କ ଘରଭଡା ନେଇ ଭବାନୀପାଟଣା ଟିଭି ସେଣ୍ଟରପଡ଼ାର ବିବେକ ବିଶୋଇ ଓରଫ ବିଟୁ ବଙ୍ଗୀୟ ଯୁବତୀମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିଲା। ଏହି ଦୁଇ ମହିଳା ପଶ୍ଚିମବଙ୍ଗ ଉତ୍ତରଛବିଶ ଜିଲ୍ଲା ଗାଇଘାଟ ଥାନା ଅଞ୍ଚଳର ଜଣେ ୩୭ ବର୍ଷର ମହିଳା ଓ ନାଦିଆ ଜିଲ୍ଲା ହସଖାଲି ଥାନା ଅଞ୍ଚଳର ୩୨ ବର୍ଷର ଜଣେ ମହିଳା ବୋଲି ଜଣାପଡ଼ିଛି। ଟାଉନଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ଗତକାଲି ଚଢ଼ଉ କରିଥିଲା। ଏହି ଚଢ଼ଉ ପରେ ୨ଜଣ ବଙ୍ଗୀୟ ମହିଳା ଓ ବିବେକ ବିଶୋଇଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିଲା।

ପୁଲିସ ବିବେକ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨ ବଙ୍ଗୀୟ ମହିଳାଙ୍କୁ ପୁଲିସ ଅଟକ ରଖିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ କେବେ ଗିରଫ କରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ରଫାଦଫା କରିବା ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଟାଉନଥାନା ପୁଲିସ ଆଇଆଇସିଙ୍କୁ ପଚାରିବାରୁ ଏହି ଘଟଣାରେ ବିବେକ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ୨ ଜଣ ବଙ୍ଗୀୟ ମହିଳାଙ୍କୁ ପଚରାଉଚରା ଚାଲିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର