ବଦ୍ରି ଲଢ଼ିଲେ ମୁଁ ଲଢ଼ିବି: ନିରଞ୍ଜନ

କେନ୍ଦୁଝର : ଆସନ୍ତା ସାଧାରଣ ନିର୍ବାଚନରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘସିପୁରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଲେ ମୁଁ ନିର୍ବାଚନ ଲଢିବି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ତାଙ୍କର ଏହି ବାର୍ତ୍ତା କେନ୍ଦୁଝର ରାଜନୀତିକୁ ସରଗରମ କରିଦେଇଛି। ଆଜି ସାରା ଦିନ ରାଜନୈତିକ ମହଲରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ସେ ଯଦି ପ୍ରାର୍ଥୀ ନହୁଅନ୍ତି ତେବେ ତାଙ୍କ ଦଳର କୌଣସି ଯୁବନେତା ପ୍ରାର୍ଥୀ ହେବେ ବୋଲି ଶ୍ରୀ ପଟ୍ଟନାୟକ ଆଜି କେନ୍ଦୁଝରରେ ଅନୁଷ୍ଠିତ ଡିସିସିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଥିଲେ। ଏଥିସହିତ ସେ କହିଥିଲେ, ଶ୍ରୀ ପାତ୍ର କିଛିଦିନ ପୂର୍ବେ ତାଙ୍କୁ ମହାପୁରୁଷ ବୋଲି ସମ୍ବୋଧିତ କରିଥିଲେ। ଏହାକୁ ସେ ସ୍ବାଗତ କରିଥିଲେ। ଯଦି ଶ୍ରୀ ପାତ୍ର ତାଙ୍କ ପୁଅ, ପୁତୁରା, ସଂପର୍କୀୟଙ୍କୁ ଗୁଣ୍ଡାରାଜ ଛାଡ଼ିବାକୁ କହିବେ ତେବେ ମୁଁ ମଧ୍ୟ ତାଙ୍କୁ ମହାପୁରୁଷ ବୋଲି କୁହନ୍ତି। ହେଲେ ଏହା ତାଙ୍କ ପକ୍ଷରେ ବହୁତ କଷ୍ଟକର। ସେମାନେ ଯେତେ‌ ଗୁଣ୍ଡାରାଜ କରିବେ ତାହା କଂଗ୍ରେସ ପାଇଁ ଭଲ ବୋଲି କହିଥିଲେ।

ସମ୍ବନ୍ଧିତ ଖବର