ବାଲ୍ୟ ବିବାହ ରୋକିଲା ଚାଇଲ୍‌ଡ ଲାଇନ

କାଲିମେଳା: ଚାଇଲ୍‌ଡ ଲାଇନ କାଲିମେଳା ଶାଖା ପକ୍ଷରୁ ଆଜି ଚଢ଼ାଉ କରି ଗୋଟିଏ ବାଲ୍ୟ ବିବାହକୁ ବନ୍ଦ କରି ଦିଆଯାଇଛି। ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମପିଭି-୧୧୩ ଗ୍ରାମର ଅନିମେଶ ଚକ୍ରବର୍ତ୍ତୀଙ୍କ ପୁଅ ଅସୀତ ଚକ୍ରବର୍ତ୍ତୀ (୨୪) ଲୁଗେଲଙ୍କ ଆଜି ବିବାହ ପାଇଁ ନିର୍ଧାରିତ ହୋଇଥିଲା। ଏମପିଭି-୫୩ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକା ସହ ବିବାହ ପାଇଁ ସ୍ଥିର ହୋଇଥିଲା। ତେବେ ଏନେଇ କୌଣସି ସୂତ୍ରରୁ ସୂଚନା ମିଳିବାରୁ କାଲିମେଳା ଚାଇଲ୍‌ଡ ଲାଇନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ବିବାହକୁ ବନ୍ଦ କରିଥିଲେ। କାଲିମେଳା ଚାଇଲ୍‌ଡ ଲାଇନ ମୁଖ୍ୟ କେ.ମିସାଇଲ ରାଜୁଙ୍କ ସହ ଲୁଗେଲ ପଞ୍ଚାୟତର ସୁରପଭାଇଜର ଗୀତାରାଣୀ ଦାଶଙ୍କ ସମେତେ ୫ଜଣିଆ ଟିମ କନ୍ୟାକୁ ଉଦ୍ଧାର କରିଥିଲେ। ଆଜି ସ˚ଧୢା ବେଳେ ସେମାନଙ୍କ ବିବାହ ହେବାର ଥିଲା। କନ୍ୟାଘରେ ଭୋଜିଭାତର ଆସର ଜମି ଆସୁଥିବା ବେଳେ ସ˚ଧୢାରେ କନ୍ୟା ଘରକୁ ବରଯାତ୍ରୀ ମାନେ ଆସିବାର କାର୍ଯ୍ୟକ୍ରମ ରହିଥିଲା। ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ମାଲକାନଗିରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର