ବଞ୍ଚିଛି ବର୍ଷକ ତଳେ ଲଗାଯାଇଥିବା ଗଛ, ସମ୍ବାଦ ସାହିତ୍ୟଘରକୁ ଧନ୍ୟବାଦ ଦେଲେ ସାହିବାସିନ୍ଦା

ଜୟପୁର: ଗତବର୍ଷକ ତଳେ ‘ସମ୍ବାଦ’ ସାହିତ୍ୟଘର ଜୟପୁର ପକ୍ଷରୁ ଶାରଦାବିହାର ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଥିଲା। ସେଥିରୁ କିଛି ବୃକ୍ଷ ବଞ୍ଚି ରହିଛି। ସ୍ଥାନୀୟ ବାସିନ୍ଦା ପ୍ରଭାକର ଚୌଧୁରୀ ଓ ସାହିବାସିନ୍ଦା ଏହି ଗଛ ଗୁଡିକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

ଆଜି ଶନିବାର ପୁଣି ଶାରଦାବିହାର ପରିସରରେ ରୋଟାରୀ କ୍ଲବ ଜୟପୁର ପ୍ରାଇଡ୍ ଓ ଜୟପୁର ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଜୟପୁର ବନାଞ୍ଚଳ, କେଶବ ସେବା ଟ୍ରଷ୍ଟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା। ସେ ଅବସରରେ ସାହି ବାସିନ୍ଦା ‘ସମ୍ବାଦ’ ସାହିତ୍ୟଘରକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର